www.samajalive.in
Friday, December 5, 2025
17.1 C
Bhubaneswar

ବିଦେଶରେ କଳାଧନ: ଅଭିଯାନ ଜୋରଦାର କରିବ ଆଇଟି

ନୂଆଦିଲ୍ଳୀ: ବିଦେଶରେ କଳାଧନ ଓ ସମ୍ପତ୍ତି ରଖିଥିବା ଭାରତୀୟଙ୍କୁ ଧରିବା ପାଇଁ ଆୟକର ବିଭାଗ ପକ୍ଷରୁ ଅଭିଯାନ ତ୍ୱରାନ୍ୱିତ ହେବାକୁ ଯାଉଛି। ସେମାନଙ୍କ ବିରୋଧରେ କଳାଧନ ନିରୋଧ ଆଇନ ବଳରେ ମୋକଦ୍ଦମା ରୁଜୁ ହେବ। ଏଥିପାଇଁ ଭାରତୀୟ ଆଇଟି ବିଭାଗ ବିଦେଶର ସରକାରୀ ସଂସ୍ଥାର ସହାୟତା ନେଉଛି। ବିଦେଶୀ କାରବାର ଉପରେ ତୀକ୍ଷ୍ନ ନଜର ରଖିଥିବା ଫାଇନାନ୍ସିଆଲ୍‍ ଇଣ୍ଟେଲିଜେନ୍ସ ୟୁନିଟ୍‍ର ତଥ୍ୟ ଆଧାରରେ ଆଇଟି ଏହି ବଡ଼ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିଦେଶରେ କିମ୍ବା ବିଦେଶୀ ସଂସ୍ଥା ସହିତ ହୋଇଥିବା କାରବାରର ସବିଶେଷ ବିବରଣୀ ଦେବା ପାଇଁ ଆଇଟି ଇତିମଧ୍ୟରେ କେତେକ ବ୍ୟକ୍ତିବିଶେଷଙ୍କୁ ନୋଟିସ ଜାରି କରିଛି। ସେମାନଙ୍କ ମଧ୍ୟରେ କେତେକ ପ୍ରତିପତ୍ତି ଓ ବିତ୍ତଶାଳୀ ଥିବା କୁହାଯାଉଛି। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ଅଣଘୋଷିତ ସମ୍ପତ୍ତି ଉପରେ ୧୨୦ ପ୍ରତିଶତ ଜୋରିମାନା ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories