ଫରିଦାବାଦ୍: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଦୃଷ୍ଟିହୀନ ଟ୍ୱେଣ୍ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଭାରତୀୟ ଦଳ ସହଜ ବିଜୟ ହାସଲ କରିବା ସହ ସିରିଜ୍କୁ ୫-୦ରେ ପୋଛି ନେଇଛି।
ଫରିଦାବାଦ୍ରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ରେ ଭାରତୀୟ ଦଳ ୧୦ ୱିକେଟ୍ରେ ବିଜୟୀ ହୋଇଥିଲା। ଭାରତୀୟ ଦଳର ଅଧିନାୟକ ଅଜୟ ରେଡ୍ଡି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଶ୍ରୀଲଙ୍କାକୁ ଆମନ୍ତ୍ରଣ କରିଥିଲେ। ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିପାରିଥିଲା। ଦଳ ତରଫରୁ ଦେଶପ୍ରିୟ ୫୨ ରନ୍ ସଂଗ୍ରହ କରିଥିଲେ। ଜବାବରେ ଭାରତୀୟ ଓପନର୍ ଦୀପକ ମଲିକ ଓ ଅଜୟ ରେଡ୍ଡି ୧୪ ଓଭରରେ ବିଜୟ ପାଇଁ ଆବଶ୍ୟକ ୧୫୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ଦୀପକ ୮୮ ଓ ଅଜୟ ୫୩ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ଦୀପକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରାଯାଇଥିଲା।
ଦୃଷ୍ଟିହୀନ ଟ୍ୱେଣ୍ଟି୨୦ କ୍ରିକେଟ୍: ସିରିଜ୍ ପୋଛିଲା ଭାରତ
Popular Categories



