ନୂଆଦିଲ୍ଳୀ: ବିଦେଶରେ କଳାଧନ ଓ ସମ୍ପତ୍ତି ରଖିଥିବା ଭାରତୀୟଙ୍କୁ ଧରିବା ପାଇଁ ଆୟକର ବିଭାଗ ପକ୍ଷରୁ ଅଭିଯାନ ତ୍ୱରାନ୍ୱିତ ହେବାକୁ ଯାଉଛି। ସେମାନଙ୍କ ବିରୋଧରେ କଳାଧନ ନିରୋଧ ଆଇନ ବଳରେ ମୋକଦ୍ଦମା ରୁଜୁ ହେବ। ଏଥିପାଇଁ ଭାରତୀୟ ଆଇଟି ବିଭାଗ ବିଦେଶର ସରକାରୀ ସଂସ୍ଥାର ସହାୟତା ନେଉଛି। ବିଦେଶୀ କାରବାର ଉପରେ ତୀକ୍ଷ୍ନ ନଜର ରଖିଥିବା ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ର ତଥ୍ୟ ଆଧାରରେ ଆଇଟି ଏହି ବଡ଼ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିଦେଶରେ କିମ୍ବା ବିଦେଶୀ ସଂସ୍ଥା ସହିତ ହୋଇଥିବା କାରବାରର ସବିଶେଷ ବିବରଣୀ ଦେବା ପାଇଁ ଆଇଟି ଇତିମଧ୍ୟରେ କେତେକ ବ୍ୟକ୍ତିବିଶେଷଙ୍କୁ ନୋଟିସ ଜାରି କରିଛି। ସେମାନଙ୍କ ମଧ୍ୟରେ କେତେକ ପ୍ରତିପତ୍ତି ଓ ବିତ୍ତଶାଳୀ ଥିବା କୁହାଯାଉଛି। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ଅଣଘୋଷିତ ସମ୍ପତ୍ତି ଉପରେ ୧୨୦ ପ୍ରତିଶତ ଜୋରିମାନା ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ।
Popular Categories



