www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ମଦ ବୋତଲରୁ ଭୋଟ ସଚେତନତା ଷ୍ଟିକର ହଟିଲା

ଭୋପାଳ: ଭୋଟଦାନ ପାଇଁ ମଦ ବୋତଲ ଉପରେ ସଚେତନତା ଷ୍ଟିକର ଲଗାଇବା ଯୋଜନାରୁ ମଧ୍ୟପ୍ରଦେଶର ଝାବୁଆ ଜିଲା ପ୍ରଶାସନ ଓହରି ଯାଇଛି। ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ମଧ୍ୟପ୍ରଦେଶ ବିଧାନ ସଭା ନିର୍ବାଚନରେ ଭୋଟ ସଚେତନତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ ଘର, ଗାଡ଼ି, ରାସନ କାର୍ଡ ଓ ମଦ ବୋତଲ ଉପରେ ଭୋଟେ ଜରୁର ନାଖ୍‍ୱା ନୁ, ହାମୁ ସଂକଳ୍ପ କରାଇ ସେ(ଭୋଟ ଦେବା ପାଇଁ ଶପ୍‍ଥ ନେଉଛୁ) ବୋଲି ଏକ ଷ୍ଟିକର ଲଗାଇବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମଦ ବୋତଲ ଜରିଆରେ ଭୋଟ ସଚେତନତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧ ଲକ୍ଷ ଷ୍ଟିକର ଛପାଯାଇଛି। କିନ୍ତୁ ମଦ ବିକ୍ରେତାମାନେ ମଦ ବୋତଲର ସୁରକ୍ଷା ସତର୍କ ସୂଚନା ଥିବା ସ୍ଥାନରେ ଉକ୍ତ ଭୋଟ ସଚେତନତା ଷ୍ଟିକର ଲଗାଉଥିବା ଦେଖାଯିବା ପରେ ଏହି ଯୋଜନାରୁ ପ୍ରଶାସନ ଓହରି ଆସିଛି। ଅପରପକ୍ଷରେ ସଚେତନତା ନାମରେ ପ୍ରାର୍ଥୀମାନେ ଭୋଟରଙ୍କୁ ମଦ ବୋତଲ ବାଣ୍ଟିବେ ଏବଂ ଏହାଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବ ବୋଲି ବିରୋଧୀ ଦଳ ସମେତ ଆଦିବାସୀ ଯୁବ ସଂଗଠନ ଅଭିଯୋଗ ଆଣିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories