www.samajalive.in
Saturday, December 6, 2025
19.1 C
Bhubaneswar

ପୋଷ୍ଟରରେ ‘ପ୍ରିୟଙ୍କା ଗାନ୍ଧି ନିରୁଦ୍ଦିଷ୍ଟ’

ରାଏବରେଲି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଲୋକସଭା ନିର୍ବାଚନ ମଣ୍ଡଳି ରାଏବରେଲିରେ କେତେକ ପ୍ରମୁଖ ଅଞ୍ଚଳରେ ‘ପ୍ରିୟଙ୍କା ନିରୁଦ୍ଦିଷ୍ଟ’ ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି। ନିର୍ବାଚନ ବେଳେ ପ୍ରିୟଙ୍କା ମା’ ସୋନିଆଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ତା’ ପରଠାରୁ ପ୍ରିୟଙ୍କା ଆଉ କେହି ସେହି ଅଞ୍ଚଳକୁ ଆସିନାହାନ୍ତି। ତେଣୁ ସେଠାକାର ଲୋକେ ଅସନ୍ତୁଷ୍ଟ ହୋଇ ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ପୋଷ୍ଟରରେ ପ୍ରିୟଙ୍କାଙ୍କୁ ଜଣେ ‘ଇମୋସନାଲ୍‍ ବ୍ଲାକମେଲର’ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ଭୋଟରଙ୍କ ଭାବ ସହିତ ପ୍ରିୟଙ୍କା ଖେଳୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପରିକି ହରଚାନ୍ଦପୁର ଟ୍ରେନ୍‍ ଦୁର୍ଘଟଣା ଓ ଉଚ୍ଛାର ଏନ୍‍ଟିପିସି ବିସ୍ଫୋରଣ ଘଟଣା ପରେ ମଧ୍ୟ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିନାହିଁ। ଏହା ବିରୋଧୀଙ୍କ କାର୍ଯ୍ୟବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କିଏ ସେହି ପୋଷ୍ଟର ଲଗାଇଛି ତାହାର ତଦନ୍ତ କରିବା ପାଇଁ ଜିଲା ପ୍ରଶାସନ ନିର୍ଦେଶ ଦେଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories