mission shakti banner

ଲିଙ୍ଗାୟତ ପ୍ରସଙ୍ଗ ; ଶିବକୁମାର ସ୍ୱାମୀଙ୍କୁ ଭେଟିଲେ ଅମିତ୍‌ ଶାହା

BSKY banner  750×100
0

ବେଙ୍ଗାଲୁରୁ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ଅମିତ୍‌ ଶାହା ସୋମବାର ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରିଛନ୍ତି। ଏହି ଅବସରରେ ସେ ତୁମକୁରଠାରେ ସିଦ୍ଦଗଙ୍ଗା ମଠର ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ଭେଟିଛନ୍ତି। ଲିଙ୍ଗାୟତଙ୍କୁ ସଂଖ୍ୟାଲଘୁ ଧର୍ମ ମାନ୍ୟତା ପ୍ରଦାନ କରିବା ନେଇ କଂଗ୍ରେସ ନେତା ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଦାବିକୁ ଦୃଷ୍ଟିରେ ରଖି ଶାହା ଲିଙ୍ଗାୟତ ଏବଂ ଦଳିତ ସମ୍ପ୍ରଦାୟର ବହୁ ମଠ ଭ୍ରମଣ କରିବାକୁ ଯୋଜନା କରିଛନ୍ତି। ଏଥିକ୍ରମେ ସେ ମଙ୍ଗଳବାର ମାଦାରା ଚେନୈୟା ମଠ ଗସ୍ତ କରିବେ। ଏହି ମଠ ସହିତ ଦଳିତ ସମ୍ପ୍ରଦାୟ ପାରମ୍ପରିକ ଭାବେ ଜଡିତ। ଏହାପରେ ଶାହା ବେକିଙ୍କଲ, ସିର୍ଗେରେ ଏବଂ ମୁରୁଗା ସମେତ ବିଭିନ୍ନ ମଠ ଗସ୍ତ କରିବେ। କୃଷକ ଏବଂ ବ୍ୟବସାୟୀମାନଙ୍କୁ ସମ୍ବୋଧିତ କରିବା ପରେ ଏକ ଽାଲିରେ ଯୋଗ ଦେବା ସହିତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଲିଙ୍ଗାୟତଙ୍କୁ ପୃଥକ୍‌ ଧର୍ମ ମାନ୍ୟତା ପ୍ରଦାନ କରିବା ଲାଗି ସୁପାରିସ ପାଇବାର କିଛି ଦିନ ପରେ ମାର୍ଚ୍ଚ ୨୩ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ସଂଖ୍ୟାଲଘୁ ଧର୍ମର ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ସମ୍ପ୍ରଦାୟର ରାଜନୈତିକ ପ୍ରଭାବ ରହିଥିବାରୁ ବିଜେପିର ଭୋଟ ବ୍ୟାଙ୍କ ହାତେଇବା ଉଦ୍ଦେଶ୍ୟରେ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅନ୍ୟପଟେ ବିଜେପି ବି. ଏସ୍‌. ୟେଦ୍ଦୁରାପ୍ପାଙ୍କୁ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସକୁ କ୍ଷମତାଚ୍ୟୁତ କରିବା ନିମନ୍ତେ ଦଳ ସମସ୍ତ ଉଦ୍ୟମ ଜାରି ରଖିଛି। କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ରାଜ୍ୟକୁ କ୍ରମାଗତ ଗସ୍ତ କରି ବିଭିନ୍ନ ଧାର୍ମିକ ପୀଠ ଭ୍ରମଣ କରୁଛନ୍ତି।

Leave A Reply