www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜାମ ବ୍ଲକ ପରିଦର୍ଶନରେ ଛତିଶଗଡର ୨୧ ଜଣିଆ ସିଡିପିଓ ଟିମ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମକୁ ଛତିଶଗଡର ଏକ ୨୧ ଜଣିଆ ସିଡିପିଓ ଟିମ ପରିଦର୍ଶନ କରିଥିବା ଜଣାପଡିଛି । ଉକ୍ତ ଟିମ ଗଞ୍ଜାମ ବ୍ଲକର ସମନିତ୍ୱ ଶିଶୁ ବିକାଶ ଯୋଜନାର ମାଧ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ ଗୁଡିକ କିଭଳି ଚାଲିଛି ସେ ନେଇ ଆଲୋଚନା କରିଥିଲେ । ସେହିପରି ମୋ ଗେହ୍ନାଝିଅ, ଅଦ୍ଵିକା,ବାଲ୍ୟବିବାହ ମୁକ୍ତ, କନ୍ୟା ଭୃଣ ହତ୍ୟା ରୋକିବା ତଥା  ଅନ୍ୟାନ୍ୟ  କାର୍ୟ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ । ଉକ୍ତ ଟିମ ହୁମ୍ମା ସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା ଦିଆଯାଇଥିଲା ।
ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ଦେଖିବା ସହ କୋମଳମତି ଶିଶୁ ମାନଙ୍କୁ ଅଙ୍ଗନୱାଡି କର୍ମୀ ପ୍ରଶିକ୍ଷଣ ପ୍ରଦାନ କରିବା ସେମାନେ ଦେଖିଥିଲେ। ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ଗେହ୍ନାଝିଅ କାର୍ୟ୍ୟକ୍ରମରେ ନିକଟରେ ଜନ୍ମ ଦେଇଥିବା ଶିଶୁକନ୍ୟା ମାନଙ୍କ ମାଆ ମାନଙ୍କ ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଶିଶୁ କନ୍ୟା ମାନଙ୍କ ଉଜ୍ଜଳ ଭବିଷତ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନିର୍ଭୟକଢି କାର୍ୟ୍ୟକ୍ରମ ସମ୍ପର୍କିତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶିଶୁ କନ୍ୟା ଜନ୍ମ ଦେଇଥିବା ମାଆ, ସଖୀ ଓ ସହେଲି ମାନଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିବା ସହ ଖୁସି ହୋଇଥିଲା ଉକ୍ତ ଟିମ । ଶେଷରେ ସିଡିପିଓ ସଲୀଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ୟ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ,ସରପଞ୍ଚ ଜାନକି ଦାସ, ବିଇଓ ଭାଗିରଥି ବେହେରା, ଡ଼ବ୍ଲ୍ୟୁ ସି ଡି ସେକ୍ରେଟାରି ରବୀନ୍ଦ୍ର ବେହେରା,ଚିନ୍ମୟୀ ରଥ,ସୋନାଲି ସିହ୍ନା,ମଧୁମିତା ପ୍ରମୁଖ ରାଜ୍ୟ କର୍ମକର୍ତ୍ତା ଡି ଏସ ଡ଼ବ୍ଲ୍ୟୁ ଶୁଭଶ୍ରୀ ପାତ୍ର,ଏ ଡ଼ିଏସଡ଼ବ୍ଲ୍ୟୁ ସାଧାନ କୁମାର ଦାସ,ଡିପିସି ଦେବବ୍ରତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ଅତିଥି ସିଡିପିଓ ମାନଙ୍କୁ ଗଞ୍ଜାମ ଜିଲ୍ଲାର ଶିଶୁ ଓ ମହିଳା ମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସମସ୍ତ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories