www.samajalive.in
Saturday, December 6, 2025
14.1 C
Bhubaneswar

ଜେଲରେ ଅର୍ଚ୍ଚନାଙ୍କୁ ହେବ ଜେରା; କୋର୍ଟରୁ ଅନୁମତି ଆଣିବାକୁ ପୁଲିସର ଉଦ୍ୟମ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜେଲରେ କରାଯିବ ଜେରା । ପୁଲିସ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବା ନେଇ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏନେଇ କୋର୍ଟରୁ ଅନୁମତି ଆଣିବାକୁ ପୁଲିସର ଉଦ୍ୟମ କରୁଛି । ସମ୍ପୃକ୍ତ ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଜେଲରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜେରା କରାଯିବ ବୋଲି କୁହାଯାଉଛି ।

ସୂଚନା ଥାଉ କି, ହାଇକୋର୍ଟରେ ପହଞ୍ଚିଛି ଅର୍ଚ୍ଚନା ନାଗ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ପହଞ୍ଚିଥିବା ବେଳେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ଡିଜିପି ଏବଂ ଭୁବନେଶ୍ୱରର ଦୁଇ ଥାନାର ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ହେଲେ ବର୍ତ୍ତମାନ ଅର୍ଚ୍ଚନାଙ୍କୁ ପୁଲିସ ଜେରା କରିବା ନେଇ ଜଣାପଡ଼ିଛି । କୌଣସି ସ୍ଥାନକୁ ନନେଇ ଜେଲରେ ଅର୍ଚ୍ଚନାଙ୍କୁ ପୁଲିସ ଜେରା କରିବାକୁ ପ୍ରୟାସ କରୁଛି ।

- Advertisement -

ସୂଚନା ଥାଉକି, ଅର୍ଚ୍ଚନାଙ୍କ ଏହି ମାମଲାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଶାସକ ଦଳ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଏବଂ ପୃଷ୍ଟପୋଷକତାରେ ରାଜ୍ୟରେ ବିଭିନ୍ନ ଯୌନ କେଳେଙ୍କାରୀ ଘଟଣା ଘଟୁଥିବାରୁ ରାଜ୍ୟରେ ମହିଳାଙ୍କ ସ୍ୱାଭିମାନ ଲୁଣ୍ଠିତ ହେଉଥିବା ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଥିଲେ । ଉଭୟ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ ଶାସକ ଦଳର କାର୍ଯ୍ୟକର୍ତ୍ତା ବୋଲି ସୂଚନା ଦେଇଥିଲେ ।

ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ବା କୌଣସି ସହଯୋଗୀଙ୍କୁ ଜାଣିଶୁଣି ପୋଲିସ ଗିରଫ ନକରି ପ୍ରମାଣ ନଷ୍ଟ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଷଡଯନ୍ତ୍ର ରଚାଯାଉଥିବାର ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତକୁ ପୁଲିସ କାହା ଚାପରେ ଚାପି ଦେବାର ପ୍ରୟାସ କରୁଛି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କାରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories