ହଳଦିଆପଦରରୁ ଜବତ ଗୁଟଖା ମାମଲାରେ ୨ ସୁପରଭାଇଜର କୋର୍ଟ ଚାଲଣ

ଅଟୋ ନଗର ଜବତ ଘଟଣାରେ ପୁଲିସ ର ହାତ ଖାଲି

ଗୋପାଳପୁର : ଗୋଳନ୍ଥରା‌ ପୁଲିସ ପକ୍ଷରୁ ଗୁରୁବାର ୨ଟି ସ୍ଥାନରୁ ଜବତ ହୋଇଥିବା ୧୦ କୋଟି ଟଙ୍କାର‌‌ ଗୁଟୁଖା ସହ ମେସିନ ଜବତ ଘଟଣାରେ ଶୁକ୍ରବାର ପୁଲିସ ପକ୍ଷରୁ ହଳଦିଆପଦରରୁ ଜବତ ଘଟଣାରେ ୨ ଜଣ ସୁପରଭାଇଜରଙ୍କୁ କୋର୍ଟ ଚାଲଣ କରାଯାଇଛି। ତେବେ ଅଟୋ ନଗର ଘଟଣାରେ ହାତ ଖାଲି ରହିଥିବା ଜଣାପଡିଛି । କୋର୍ଟ ଚାଲାଣ ହୋଇଥିବା ୨ ସୁପରଭାଇଜର  ହେଲେ ହିଲପାଟଣାର ସୁବ୍ରତ କୁମାର ବେହେରା ଓ ବଡ଼ବଜାର ଥାନା ଅନ୍ତର୍ଗତ ବାଲୁଙ୍କିପେଟାର ଏମ. ବ୍ରହ୍ମମ ବୋଲି ପୁଲିସ ସୂଚନା ଦେଇଛି । ଏହି ଘଟଣା ନେଇ ଥାନାରେ ତିନୋଟି ମାମଲା ରୁଜୁ କରାଯାଇଛି । ଉକ୍ତ ଦୁଇ ଗୋଦାମ ଘରୁ ୫୦ ଟନ ଗୁଆ, ୫ ଟନ‌ ପାନମହୁରୀ, ୨ ଟନ ଧନିଆ, ୩ ଟନ ଗୁଣ୍ଡ ଧୂଆଁ ପତ୍ର, ୫୦ ବସ୍ତା ପ୍ରସୃତ ଗୁଟଖା, ଭୂବନେଶ୍ବରରେ ପ୍ରସ୍ତୁତ ଲେଖାଯାଇଥିବା ୯୦୯ ଗୁଟଖା ୩ ବସ୍ତା, ୧୦୦୦ ପ୍ୟାକେଟ ଜରି ରୋଲ, ୫ ଟି ପ୍ୟାକିଙ୍ଗି ମେସିନ, ୧୮ ଟି ଗୁଆ କଟା ମେସିନ, ୧୨ ଟି ଗୁଟୁଖା ମିକଚର ମେସିନ, ୨୦୦୦ ଲିଟର ସୁଗନ୍ଧିତ ତେଲ, ୫୦ଟି ଓଜନ ମେସିନ,୧୨ଟି ଗୁଟଖା ଭଜା ମେସିନ, ୬ ଟି ପ୍ଲାଷ୍ଟିକ ଡ୍ରମରୁ ୩୦୦ କେଜି ପ୍ରସ୍ତୁତ ଗୁଟଖା,୧ଟି ବଡ ଗ୍ରାଇଣ୍ଡର ମିକ୍ସଚର ମେସିନ, ୧୦ ଡବା ସ୍ନୋ ପେକ, ୯ ପେକେଟ ଚମନ ବାହାର, ୨ ବସ୍ତା  କ୍ରିଷ୍ଣା ଡିଲକ୍ସ ମିକ୍ସ, ୬୦ କେଜି ଓଜନର ୧ ଟି ବସ୍ତା ଡିଲକ୍ସ ମିକ୍ସ ଗୁଣ୍ଡ, ଗୁଟୁଖା ୨୦ ବସ୍ତା, ୨୦୦ କେଜି  ଧୂଆଁ ପତ୍ର, ୭ ବସ୍ତା ହରିଡା ଖଣ୍ଡି ମସଲା ସମେତ ହଳଦିଆପଦରର ପି. ଗୋପାଳ କ୍ରିଷ୍ଣା ରାଓଙ୍କ କୋଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ବଡବଡ ମେସିନ ଖଞ୍ଜା ଯାଇଥିବା ବେଳେ ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛି । ଅନ୍ୟ ପଟେ ଘରର ମାଲିକ ପି. ଗୋପାଲ କ୍ରିଷ୍ଣା ରାଓ ଏହା ପୂର୍ବରୁ ଗତ ୨୦୧୬ ମସିହାରେ ଗୁଟଖା ପ୍ରସ୍ତୁତ ସମୟରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ଏହା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ସେ ହଳଦିଆପଦରରେ ଏହି ଗୁଟୁଖା ପ୍ରସ୍ତୁତ କାରଖାନା ଚଳାଉଥିଲେ। ଅନ୍ୟ‌ ପଟେ ଅଟୋ ନଗରରେ ଚଢଉ କରାଯାଇଥିବା ଉକ୍ତ କୋଠାରେ ପ୍ଲାଷ୍ଟିକ ପାଇପ ପ୍ରସ୍ତୁତ ସହ ଚୋରାରେ ଗୁଟୁଖା ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ଘଟଣା ପରେ ପ୍ରସ୍ତୁତକାରୀ ପୁଲିସ ହାତରେ ଧରା‌ପଡି ନଥିବା ବେଳେ ଘରର ମାଲିକକୁ ପୁଲିସ ଥାନାକୁ ଡକାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଗତ କିଛି ବର୍ଷ ଧରି ଅଟୋ ନଗର‌ ଅଞ୍ଚଳରେ ନିୟମିତ ଭାବରେ ବିଭିନ୍ନ ବେଆଇନ କାରବାର ଚାଲୁ ରହିବା ସହ ସେଠାରୁ ଗଞେଇ ଓ ଗୁଟଖା ଜବତ କରାଯାଇଛି । କିନ୍ତୁ ଏହା ପରେ ମଧ୍ୟ ଏହି ଅଞ୍ଚଳ ଚୋରା ବେପାରୀଙ୍କ ଭୂସ୍ବର୍ଗ ପାଲଟିଥିବା ଅଭିଯୋଗ ହୋଇଛି।
kalyan agarbati

Comments are closed.