www.samajalive.in
Sunday, December 14, 2025
19.1 C
Bhubaneswar

ଜିଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ; ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ ସ୍ୱଧା ଦେବ ସିଂ ଗୁରୁବାର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ଓ ପରିଦର୍ଶନ କରିଛନ୍ତି । ପ୍ରଥମେ ସିକରପାଇଠାରେ ଶୀତଳ ଭଣ୍ଡାର ଗୃହ ଉଦଘାଟନ କରିଥିଲେ । ଏହି ଶୀତଳ ଭଣ୍ଡାରକୁ ଓଡ଼ିଶା ଜୀବିକା ମିଶନ, ଓରମାସ, ମିଶନ ଶକ୍ତି, ଆଦିବାସୀ ଉନ୍ନୟନ ସଂସ୍ଥା ମିଳିତ ଆନୁକୂଲ୍ୟରେ ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ । ପରେ ସମିତି କାର୍ଯ୍ୟାଳୟକୁ ଆସି ପରିଦର୍ଶନ କରି ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫-ଟି କରିବା ପାଇଁ ରହିଥିବା ଯୋଗୁଁ ତାହାକୁ ଜିଲାପାଳ ପରିଦର୍ଶନ କରିଥିଲେ । ସୁନାଖଣ୍ଡି ପଞ୍ଚାୟତର ଲକ୍ଷ୍ମୀପୁରଠାରେ ନୂତନ ଭାବେ ହେବାକୁଥିବା ଏକଲବ୍ୟ ମୋଡେଲ ସ୍କୁଲ ପାଇ ଜମି ଚିହ୍ନଟ କରିତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । ମାଝୀଗୁଡା ପଞ୍ଚାୟତର କୁରାଡି ଗ୍ରାମରେ ଓଡିଶା ଜୀବିକା ମିଶନ, ଓରମାସ, ମିଶନ ଶକ୍ତି, ଆଦିବାସୀ ଉନ୍ନୟନ ସଂସ୍ଥା, ହର୍ଷା ଷ୍ଟ୍ରଷ୍ଟ, ସେଲକ ଫାଉଣ୍ଡେସନ ଆନୁକୂଲ୍ୟରେ ୧୫ଏକର ଜମିରେ ମହିଳା ସଂଘ ଓ ଉପ୍ତାଦନ କାରୀମାନେ କରିଥିବା ବାଇଗଣ ଚାଷକୁ ପରିଦର୍ଶନ କରିଥିଲେ ଜିଲାପାଳ । ପୂଜାରୀଗୁଡା ପଞ୍ଚାୟତରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ତୃତୀୟ ପର୍ଯ୍ୟାୟରେ ୫-ଟିହେବାକୁ ଥିବା ବେଳେ ତାହାକୁ ମଧ୍ୟ ଜିଲାପାଳ ପରିଦର୍ଶନ କରିଥିଲେ । ସେହିଠାରେ ଥିବା ଅମୃତ ସରବର ପୋଖରୀ ପରିଦର୍ଶନ କରି ଏଠାରେ ପାର୍କର ବ୍ୟବସ୍ଥା କରିବାପାଇଁ କହିଥିଲେ। ଏହାପରେ କରପା ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବନଧନ କାର୍ଯ୍ୟ କିପରି କରୁଛନ୍ତି ତାହା ଉପରେ ପରିଦର୍ଶନ କରି ଆଲୋଚନା କରିଥିଲେ। ଜିଲାପାଳ ସ୍ୱଧା ଦେବ ସିଂ ଗସ୍ତ ସମୟରେ ବିଡ଼ିଓ ତାପସ କୁମାର ଭୋଇ, ତହସିଲଦାର ସୁଧାକର ରଇତ, ଓଏଲ ଏମର ଜିଲା ସଂଯୋଜକ ହେମନ୍ତ ବାଗ, ଓରମାସର ପିଇଓ ମୋନାଜ ପାତ୍ର, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ବିପିଏମ କଳ୍ପତରୁ ବେହେରା, ସିଡିପିଓ ସମେତ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories