www.samajalive.in
Monday, December 15, 2025
15.1 C
Bhubaneswar

ଶିବଶଙ୍କର ଏନଏସି ଯୁବ ବିଜେଡି ସଭାପତି ନିଯୁକ୍ତ

ଆଠଗଡ :  ଆଠଗଡ ଏନଏସି ବିଜୁ ଯୁବ ଜନତା ଦଳର ସଭାପତି ଭାବେ ପୂର୍ବତନ କାଉନସିଲର ଶିବଶଙ୍କର ଜେନାଙ୍କୁ ପୁନଃ ମନୋନୀତ କରାଯାଇଥିବା ଜଣାପଡିଛି । ଜିଲ୍ଲା ଯୁବ ବିଜେଡି ସଭାପତି ରଶ୍ମିରଞ୍ଜନ ନାୟକ ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତିଙ୍କ ଅନୁମୋଦନ କ୍ରମେ ଶିବଶଙ୍କରଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଥିବା କହିଛନ୍ତି। ଗତ ଦୁଇବର୍ଷ ଧରି ଶିବଶଙ୍କର ଏନଏସି ବିଜୁ ଯୁବଜନତା ଦଳର ସଭାପତି ଭାବେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିଥିବାରୁ ଦଳ ତାଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦେଇଛି । ଶିବଶଙ୍କରଙ୍କୁ ଆଠଗଡ ବିଜୁ ଯୁବ ଜନତା ଦଳର ବହୁ କର୍ମକର୍ତ୍ତା, ନେତା ଓ କର୍ମୀ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଜେନା ତାଙ୍କୁ ଏହି ଗୁରୁ ଦାୟିତ୍ୱ ପୁଣି ଥରେ ଦେଇଥିବାରୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃତଜ୍ଞତା ଜଣାଇବା ସହ ଦଳକୁ ତୃଣମୂଳସ୍ତରରେ ମଜବୁତ କରିବା ଲାଗି ସେ ପାରୁପର୍ଯ୍ୟନ୍ତ ପ୍ରୟାସ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories