www.samajalive.in
Saturday, December 6, 2025
16.1 C
Bhubaneswar

ଜାଣିଛନ୍ତି କି ? ଶୁଭକାର୍ଯ୍ୟରେ କେଉଁ କାରଣରୁ ଭଙ୍ଗାଯାଏ ନଡିଆ

ହିନ୍ଦୁ ଧର୍ମରେ ଯେକୌଣସି ଶୁଭକାର୍ଯ୍ୟ ପୂର୍ବରୁ ନଡିଆ ଭାଙ୍ଗିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲୁ ରହିଛି। ଦେବାଦେବୀଙ୍କ ଆରାଧନା,ଗୃହ ପ୍ରବେଶ,ବିବାହ ସମାରୋହ, ବ୍ରତଘର ଭଳି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡିଆର ନିଶ୍ଚିତ ଭାବେ ପ୍ରୟୋଗ କରାଯାଇଥାଏ।
କୁହାଯାଏ ନଡିଆ ବିନା କୌଣସି ଧାର୍ମିକ ଓ ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥାଏ। ମାତ୍ର ଖୁବ କମ ଲୋକେ ଜାଣି ଥିବେ ଶୁଭକାର୍ଯ୍ୟରେ କେଉଁ କାରଣରୁ ନଡିଆ ଭଙ୍ଗାଯାଇଥାଏ। ଏହା ପଛରେ କି କାରଣ ରହିଛି। ଜାଣନ୍ତୁ..
ହିନ୍ଦୁ ଧର୍ମରେ ନଡିଆକୁ ପବିତ୍ର ଫଳ ବୋଲି କୁହାଯାଏ। ସମସ୍ତ ଧାର୍ମିକ ଆୟୋଜନ,ଅନୁଷ୍ଠାନରେ ନଡିଆର ବ୍ୟବହାର କରାଯାଇଥାଏ। ନଡିଆ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ଦେବାଦେବୀଙ୍କୁ ନଡିଆ ଭୋଗ ଖୁବ ପ୍ରିୟ ବୋଲି ମାନ୍ୟତା ରହିଛି। ତେଣୁ ପୂଜାରେ ନଡିଆ ଅର୍ପଣ ପରେ ଏହାକୁ ସଭିଁଙ୍କୁ ବଣ୍ଟା ଯାଏ। ନଡିଆ ପାଣି ମଧ୍ୟ ଖୁବ ପବିତ୍ର ଓ ଶୁଦ୍ଧ। ନଡିଆ ପାଣି ଘରୁ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ନଡିଆ ପାଣି ପିଇବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ।
ନଡିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଭଗବାନଙ୍କର ଏହା ପ୍ରିୟ ଫଳ। ନଡିଆର ବାହାର ଅଂଶ ଶକ୍ତ ଓ ଭିତର ଅଂଶ ନରମ ଓ ଶାନ୍ତିର ପ୍ରତୀକ। ଏହି କାରଣରୁ ଶୁଭକାର୍ଯ୍ୟରେ ନଡିଆ ଭାଙ୍ଗିବାର ଅର୍ଥ ନିଜର ଶକ୍ତ ସଦୃଶ ଅହଂକାରକୁ ଭଗବାନଙ୍କ ସମ୍ମୁଖରେ ତ୍ୟାଗ କରିବା ସହ ଶାନ୍ତି ଭାବ ଆଣିବା। ନଡିଆରେ ଦେଖାଯାଉଥିବା ୩ଟି ଦାଗକୁ ଭଗବାନ ଶିବଙ୍କର ୩ଟି ନୟନ କୁହାଯାଏ। ଏହାଦ୍ୱାରା ଯଶ, ବୈଭବ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଭଗବାନ ଗଣେଶଙ୍କୁ ନଡିଆ ଖୁବ ପସନ୍ଦ। ମାନ୍ୟତା ଅନୁଯାୟୀ,ନଡିଆ ବିନା ଶୁଭକାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ। ନଡିଆ ଭାଙ୍ଗିବା ଦ୍ୱାରା କାର୍ଯ୍ୟରେ ଥିବା ସମସ୍ତ ବାଧା ଦୂର ହୋଇଥାଏ। ଏକାକ୍ଷୀ ନଡିଆ ମା’ଲକ୍ଷ୍ମୀଙ୍କୁ ଖୁବ ପ୍ରିୟ। ଏହାକୁ ଅର୍ପଣ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କର ବିଶେଷ କୃପା ପରିବାର ସଦସ୍ୟଙ୍କୁ ମିଳିଥାଏ। ଘରେ ସୁଖସମୃଦ୍ଧି, ଧନସମ୍ପତ୍ତିର ଆଗମନ ହୋଇଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories