www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବାତ୍ୟାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ସୂଚନା…  ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା କେନ୍ଦ୍ର… କହିଲା, ବାତ୍ୟା ହେବା ନେଇ ବିଭାଗ ପକ୍ଷରୁ କରାଯାଇନାହିଁ ପୂର୍ବାନୁମାନ… ସେପଟେ ମହାବାତ୍ୟା ‘ସିତରଙ୍ଗ’ ଆସୁଥିବା ନେଇ ସୂଚନା ଦେଇଛି ଆମେରିକାର ପାଣିପାଗ ସଂସ୍ଥା…

(୨) ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣା… ପୁଣି ମାମଲାକୁ ନେଇ ଆରମ୍ଭ ହେଲା ତନାଘନା… ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ମାଗିଲେ ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ… ଆଜି ସୁଦ୍ଧା ତଦନ୍ତର ଅଗ୍ରଗତି ଜଣାଇବାକୁ ମାଗିଲେ ରିପୋର୍ଟ… ଉଠିପାରେ ରୁଚିକାଙ୍କ ଆତ୍ମହତ୍ୟା ଉପରୁ ପରଦା…

- Advertisement -

(୩) ଜଳେଶ୍ୱରରୁ ପୁଣି ଜବତ ହେଲା ଧଳାଜହର… ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କଲା କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ୱାଡ୍‌… ମୋଟ୍‌ ୯୪୦ ଗ୍ରାମ୍‌ ଧଳାଜହର ଜବତ… ଘଟଣାରେ ୩ଜଣ ଗିରଫ… ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୪ ଲକ୍ଷ ଟଙ୍କା…

ଖୋଲିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର; ଟଙ୍କାକର କଥାକୁ ଆଠେଣି କରିବନିତ ପୁଲିସ ?

(୪) ଅବକାରୀ ବିଭାଗ ହାତରେ ୬୦ କ୍ୱିଣ୍ଟାଲ ଭାଙ୍ଗ… କଟକର ଟାଙ୍ଗୀ ଟୋଲଗେଟ୍‌ ନିକଟରୁ ବିପୁଳ ପରିମାଣର ଭାଙ୍ଗ ଜବତ କଲା ବିଭାଗ… କଣ୍ଟେନରରେ ବେଗୁସରାଇ ଚାଲାଣ ବେଳେ ଧରିଲେ ଅବକାରୀ ଟିମ୍‌… ଘଟଣାରେ ୨ଜଣ ଅଟକ… ଚାଲିଛି ତନାଘନା…

(୫) ପାରାଦୀପରେ ବସ୍‌ ଡ୍ରାଇଭର-କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ୍‌… ରାତିରେ କୋଲ୍ଡ ଡ୍ରିଂସରେ ନିଶା ଦେଇ ମୋବାଇଲ୍‌ ଓ ଟଙ୍କା ଲୁଟିଲେ ଲୁଟେରା… ଲୁଟ୍‌ ପଛରେ ହେଲପରର ହାତଥିବା​‌ ନେଇ ଅଭିଯୋଗ… ଘଟଣାସ୍ଥଳରୁ ଫେରାରର ମାରିଛି ହେଲପର…

(୬) ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି… ବାଂଶପାଳ ବିଇଓ କାର୍ଯ୍ୟାଳୟର କିରାଣି ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ… ଏକକାଳୀନ ୫ଟି ସ୍ଥାନ​‌ରେ ଯାଞ୍ଚ କରୁଛି ଟିମ୍‌…  ପୈତୃକ ଘର ସମେତ ଶ୍ୱଶୁର ଘରେ ବି ହେଉଛି ତନାଘନା… ଚଢ଼ାଉରେ ନିୟୋଜିତ ଅଛନ୍ତି ୩ଜଣ ଡିଏସପି, ୭ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ…

(୭) ଲମ୍ବିଛି ଅର୍ଚ୍ଚାନଙ୍କ ହାତ… ଦିନକୁ ଦିନ ଖୋଲୁଛି ଲେଡି ବ୍ଲାକମେଲରଙ୍କ ଗୁମର… ଅର୍ଚ୍ଚନାଙ୍କ ସହ ପୁଣି ନେତା ଦିଲ୍ଲୀପ ରାୟଙ୍କ ଫଟୋ ଭାଇରାଲ… ଘଟଣାକୁ ନେଇ ରାଜ୍ୟରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି… ବିଜେପି କହିଲା ହେଉ ସିବିଆଇ ତଦନ୍ତ… ମାମଲାକୁ ଚାପିକୁ ଚାହୁଁଛିକି ପୁଲିସ…

 ଜୋମାଟୋ ବୟଙ୍କୁ ବନ୍ଦାପନା: ଦେଖନ୍ତୁ ଏହି ମଜାଦାର ଭିଡିଓ

(୮) ସରଗରମ ହେଲାଣି ଧାମନଗର ରାଜନୀତି… ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ଓ କଂଗ୍ରେସ… ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରିଛି ନାମାଙ୍କନ ଦାଖଲ… ମୈଦାନକୁ ଓହ୍ଲାଇ ଭୋଟ୍‌ ପାଇଁ ଜୋରଦାର କରୁଛି ବିଜେପିର ମାଳମାଳ ନେତା…

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories