www.samajalive.in
Saturday, December 6, 2025
17.1 C
Bhubaneswar

ଜଳଖିଆ, ଖରାବେଳ ଓ ରାତ୍ରି ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ଚିନ୍ତା ସଭିଁଙ୍କ ପାଇଁ କ୍ଷତିକାରକ ହେବା ସହ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ। ଚିନ୍ତାଗ୍ରସ୍ତ ରହୁଥିବା ବ୍ୟକ୍ତିଙ୍କ ଚିନ୍ତା ଦୂର ହୋଇ ମାନସିକ ଶାନ୍ତି ମିଳିବା ନିତାନ୍ତ ଆବଶ୍ୟକ। ନଚେତ୍‌‌ ଏହା ବିଭିନ୍ନ ମାରାତ୍ମକ ରୋଗର କାରଣ ପାଲଟିଥାଏ। ତେବେ ଜାଣନ୍ତୁ ଜଳଖିଆ, ଖରାବେଳର ଭୋଜନ ଓ ରାତ୍ରି ଭୋଜନରେ କେଉଁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ।
ବିଭିନ୍ନ ପ୍ରକାର ଖାଦ୍ୟ ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଜଳଖିଆ, ଖରାବେଳର ଭୋଜନ ଓ ରାତ୍ରି ଭୋଜନରେ କିଛି ସ୍ୱତନ୍ତ୍ର ଖାଦ୍ୟ ଚିନ୍ତା ଦୂର କରିଥାଏ।
ଚିନ୍ତା ଓ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର ଖାଦ୍ୟ ସେବନ କରିବା ଉଚିତ। ମାଛ, ବାଦାମ,ପେସ୍ତା ବାଦାମ, ଓମେଗା-୩,ଫ୍ୟାଟି ଏସିଡ୍‌‌ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଆନ୍ତୁ। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ଚିନ୍ତା ଦୂର କରିଥାଏ। ଏହାକୁ ସପ୍ତାହକୁ ୩ ରୁ ୪ ଥର ନିଶ୍ଚୟ ଖାଆନ୍ତୁ।
ସକାଳର ଜଳଖିଆରେ ବତୁରାଇଥିବା ଗଜାମୁଗ, ଅଣ୍ଡା,ଦହି,ବାଦାମ ସେକ୍‌‌, ଦୋସା, ଚିକେନ୍‌‌ ସାଲାଡ୍‌‌, ବିିଭିନ୍ନ ଫଳର ମଧ୍ୟ ସେବନ କରି ପାରିବେ।
ଖରାବେଳର ଖାଦ୍ୟରେ ଥାଳିରେ ରୁଟି,ଅଧ କପ ଭାତ, ଅଧ କପ ଡାଲି, ଅଣ୍ଡା, କିମ୍ବା ଚିକେନ୍‌‌ ଖାଆନ୍ତୁ। ନିଜ ପସନ୍ଦ ଅନୁଯାୟୀ ପନୀର ମଧ୍ୟ ଖାଇପାରିବେ। ଦହି ସରବତ୍‌‌ ମଧ୍ୟ ପିଇ ପାରିବେ।
ରାତିର ଖାଦ୍ୟରେ ରୁଟି କିମ୍ବା ଅଳ୍ପ ପରିମାଣରେ ଭାତ ଓ ଦୁଇ ପ୍ରକାରର ପନିପରିବାର ତରକାରୀ ଖାଆନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories