www.samajalive.in
Friday, December 5, 2025
26.1 C
Bhubaneswar

ଜଙ୍ଗଲୀ ହାତୀପଲ ଭୟ ; ଅନ୍ୟତ୍ର ଥଇଥାନ ଦାବି କଲେ ଗ୍ରାମବାସୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ଗ୍ରାମପଞ୍ଚାୟତର କାଶିଗୁଡ଼ା ଓ ସୋରଦେହେଡ଼ା ଗାଁକୁ ପୋଖରୀବନ୍ଧ ପଞ୍ଚାୟତର ଇରକୁଲି ଗାଁକୁ ସ୍ଥାନାନ୍ତର ଏବଂ ପୂର୍ବପୁରୁଷ ଅକ୍ତିଆର କରିଥିବା ସରକାରୀ ଜମିରେ ଥଇଥାନ କରିବାକୁ ଦାବି କରି ୪୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଉଭୟ ଗ୍ରାମବାସୀ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ସାକ୍ଷାତ କରି ନିଜର ଦାବି ଜଣାଇଥିବା ଜଣାପଡ଼ିଛି । ଗ୍ରାମବାସୀ ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏଇ ଦୁଇଟି ଗ୍ରାମରେ ୧୪ଟି ଆଦିବାସୀ ଜନଜାତି ପରିବାର ବସବାସ କରୁଛନ୍ତି । ଦୀର୍ଘ ବର୍ଷ ହେଲା ପାହାଡ଼ ଉପରେ ରହି ଆସୁଛନ୍ତି ହେଲେ ଗାଁକୁ ନା ରାସ୍ତା, ନା ପାଣି, ନା ବିଜୁଳି କୌଣସି ମୌଳିକ ସୁବିଧା ମିଳି ପାରିନାହିଁ । ସେହିପରି ଗତ କିଛି ବର୍ଷ ହେଲା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଯୋଗୁଁ ଉଭୟ ଗାଁର ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଘରଦ୍ବାର, ଆସବାବପତ୍ର, ଧାନଚାଉଳ, ଟଙ୍କାପଇସା ସବୁକୁ ନଷ୍ଟ କରିଦେଉଛନ୍ତି ହାତୀପଲ । ଏଥିଯୋଗୁଁ ସେମାନେ ଗାଁରେ ରହିବା ମୁସ୍କିଲ ହୋଇପଡ଼ିଛି । ସେମାନେ ଜୀବନ ଜୀବିକା ନିର୍ବାହ କରିବା ମଧ୍ୟ ଦୁର୍ବିସହ ହୋଇପଡ଼ିଛି । ଏଣୁ ସେମାନଙ୍କ ପୂର୍ବପୁରୁଷ ଜଙ୍ଗଲ କାଟି ପଦର ବସାଇଥିବା ଇରକୁଲିଠାରେ ଥିବା ସରକାରୀ ଜମିରେ ସରକାର ଓ ପ୍ରଶାସନ ପକ୍ଷରୁ ଥଇଥାନ କରିବାକୁ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମରୁ ଅତି ଦୁର୍ଗମ ଗାଁଗୁଡ଼ିକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ଅଣ୍ଟା ଭିଡ଼ିଥିବାବେଳେ ଦିଆଲବାହାଲି ଆବାସନଗର ଓ ବିକାଶନଗର ସ୍ଥାପନ ଦ୍ବାରା ଆଦିବାସୀଙ୍କୁ ଥଇଥାନ କରୁଥିବା କାର୍ୟ୍ୟରେ ପ୍ରଭାବିତ ହୋଇ ଉଭୟ ଗ୍ରାମବାସୀ ଏଇ ଦାବି କରିଥିବା ଜଣାପଡ଼ିଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories