www.samajalive.in
Saturday, December 13, 2025
26.1 C
Bhubaneswar

ମନରେଗା ବୋନସ୍‌ ଟଙ୍କା ଚଳୁ, ଥାନାରେ ଉଭୟ ପକ୍ଷରୁ ଅଭିଯୋଗ

ବଲାଙ୍ଗିର :ବଲାଙ୍ଗିର ଜିଲାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ଦୁର୍ନୀତି କାହାଣୀ ‘ଖଜୁରୀ ଗଛର କି ଗୁଣ ଗାଇବି..ସେ ତ ମୂଳରୁ ପାହାଚ ପାହାଚ’ ଭଳି । ଏହି ପରିପ୍ରେକ୍ଷୀରେ ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତରେ ମନରେଗା ଯୋଜନାରେ ପଡିଥିବା ବୋନସ୍‌ ଟଙ୍କାକୁ ଯୋଜନାବଦ୍ଧ ଭାବେ ଉଠାଇ ନେଇଥିବା ଲାଠୋର ଥାନାରେ ଅଭିଯୋଗ ହୋଇଛି । ସେହିପରି ଭୂମିହୀନଙ୍କ ନାଁରେ ଜମି ଉନ୍ନତିକରଣ କାମ କରାଯାଇଥିବା ଭଳି ସାଂଘାତିକ କଥା ସାମ୍ନାକୁ ଆସିଛି ।

ଘୁନସର ଗାଁର ହିତାଧିକାରୀ ଟଙ୍କଧର ସ୍ୱାଇଁଙ୍କ ସହ ଅନ୍ୟ ୨ଜଣଙ୍କ ନାଁରେ ମନରେଗା ଜବକାର୍ଡ ରହିଛି । ସେମାନେ ନିୟମିତ ଭାବେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପରେ କାମ କରୁଥିଲେ । ସେମାନଙ୍କ ପାସ୍‌ବୁକ୍‌ରେ ୧୯ ହଜାର ଟଙ୍କା ପଡିଥିଲା । କେଉଁ ବାବଦରେ ୧୯ହଜାର ଟଙ୍କା ପଡିଥିଲା ତାହା ସେମାନେ ଜାଣି ପାରି ନଥିଲେ । ତେବେ ଝାଙ୍କରପାଲି ଗାଁର ଗଣେଶ ସାହୁ ତାଙ୍କ ଜମି ଉନ୍ନତିକରଣ କାମର ଟଙ୍କା ଶ୍ରୀ ସ୍ୱାଇଁଙ୍କ ପାସ୍‌ ବୁକ୍‌ରେ ପଡିଥିବା କହିବା ସହ ତାହା ବାହାର କରି ଦେବାକୁ କହିଥିଲେ । ବିଭିନ୍ନ ଚାପ ଦେଇ ୧୯ହଜାର ଟଙ୍କା ଉଠାଣ କରାଇ ଶ୍ରୀ ସାହୁ ଟଙ୍କା ନେଇଯାଇଥିଲେ । ପରେ ପାସ୍‌ବୁକ୍‌ରେ ପଡିଥିବା ଟଙ୍କା ମନରେଗା ବୋନସ୍‌ ଟଙ୍କା ବୋଲି ସେମାନେ ଜାଣିବାକୁ ପାଇଥିଲେ । ଏହାପରେ ଗଣେଶଙ୍କ ଘରକୁ ଯାଇ ସେମାନେ ଟଙ୍କା ଫେରସ୍ତ ମାଗିଥିଲେ । ପାଟିତୁଣ୍ଡ ହୋଇଥିଲା ଉଭୟ ପକ୍ଷ ମଧ୍ୟରେ । ଟଙ୍କଧର ଓ ଗଣେଶ ଏସଂପର୍କରେ ପୃଥକ ପୃଥକ ୨ଟି ଅଭିଯୋଗ ଲାଠୋର ଥାନାରେ କରିଛନ୍ତି । ଥାନା ଅଧିକାରୀ ଝସକେତନ ଭୋଇ ମାମଲାର ତଦନ୍ତ ଚାଲିଥିବା ପ୍ରତିକ୍ରିୟାରେ କହିଛନ୍ତି ।

- Advertisement -

ଅନ୍ୟପଟେ ସେହି ଘୁନସର ପଞ୍ଚାୟତ ଝାକରିପାଲିରେ ଭୂମିହୀନଙ୍କ ନାଁରେ ଜମି ଉନ୍ନତିକରଣ କାମ ବାବଦରେ ମନରେଗା ଯୋଜନାରେ ଟଙ୍କା ଖର୍ଚ୍ଚ କରାଯାଇଥିବା ସାଂଘାତିକ ଖବର ସାମ୍ନାକୁ ଆସିଛି । ଝାକରିପାଲି ଗାଁର ଶିକ ମାଝୀ ଓ ଦିବାକର ମାଝୀଙ୍କର କୌଣସି ଜମି ନଥିବା ସୂଚନା ମିଳିଛି । ତେବେ ଶିକ ଓ ଦିବାକରଙ୍କ ଜମି ଉନ୍ନତିକରଣ ନାଁରେ ୨୦୨୨-୨୩ ବର୍ଷରେ କାର୍ଯ୍ୟାଦେଶ ଦିଆଯାଇଛି । ଜମି ଉନ୍ନତିକରଣ ନାମରେ କୋଡିଂ କରି ବିଲ୍‌ ଉଠାଯାଇଥିବା ଶୁଣିବାକୁ ମିଳୁଛି । ମାମଲାର ସବିଶେଷ ସୂଚନା ପାଇଁ ଖପ୍ରାଖୋଲ ବ୍ଲକର ମନରେଗା କାର୍ଯ୍ୟ ତଦାରଖ କରୁଥିବା ଜେଇ ସୂର୍ଯ୍ୟଭାନୁ ମେହେରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସୂଚନା ମିଳିପାରି ନାହିଁ । ତେବେ ଭୂମିହୀନଙ୍କ ନାଁରେ ଜମି ଉନ୍ନତିକରଣ କାର୍ଯ୍ୟାଦେଶ ଦେଇ ଟଙ୍କା ଉଠାଣ ଅଭିଯୋଗ, ବୋନସ ଟଙ୍କା ହଡପ ସହ ଖପ୍ରାଖୋଲ ବ୍ଲକର ସରପଞ୍ଚମାନଙ୍କ ଇସାରାରେ ଗାଁ ସାଥୀମାନେ ପରିଚାଳିତ ହେଉଥିବା ଓ ଦୁର୍ନୀତି କରୁଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories