www.samajalive.in
Thursday, December 11, 2025
13.1 C
Bhubaneswar

ବିବାଦୀୟ ଏସ୍‌ଡିପିଓ ଡ.ହୃଷିକେଶ ମେହେର ନିଲମ୍ବିତ -କଣ୍ଟାବାଞ୍ଜି ଜୁଆଡି ଓ ଟଙ୍କା ଜବତ ମାମଲା 

ବଲାଙ୍ଗିର :ପ୍ରାୟ ମାସେ ପରେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜୁଆଡି ଗିରଫ ଓ ଟଙ୍କା ଜବତ ମାମଲାରେ ତକ୍ରାଳୀନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସ୍‌ଡିପିଓ)ଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବିତ କରିଥିବା ଜଣାପଡିଛି । ତେବେ ଏହି ମାମଲାରେ ଅନ୍ୟ କାର୍ଯ୍ୟାନୁଷ୍ଠାନ କିଛି ନିଆଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।
ଗତ ସେପଟେମ୍ବର ୭ ତାରିଖ ରାତିରେ କଣ୍ଟାବାଞ୍ଜି ଥାନା ପୁଲିସ ସହରର ପର୍ଶୁୁରାମ ଛକରେ ଥିବା ଶ୍ରୀ ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢଉ କରିଥିଲା । ୨ଟି ରୁମ୍‌ରେ ଥିବା ଆନ୍ଧ୍ରପ୍ରଦେଶର ୭ଜଣଙ୍କୁ ଧରିବା ସହ ସେମାନଙ୍କ ପାଖରୁ ବିପୁଳ ଟଙ୍କା ଜବତ କରିଥିଲା । ତେବେ ଶ୍ରମିକ ଚାଲାଣ ପାଇଁ ଆସିଥିବା ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାରଙ୍କୁ ପୁଲିସ ଧରିଥିବା ପରଦିନ ଚର୍ଚ୍ଚା ହୋଇଥିଲା । କଣ୍ଟାବାଞ୍ଜି ଏସ୍‌ଡିପିଓ ଡ.ହୃଷିକେଶ ମେହେର ସାମ୍ବାଦିକ ସମ୍ମିଳନୀ କରିଥିଲେ । ୭ଜଣ ଜୁଆଡି ଗିରଫ ହୋଇଛନ୍ତି । ୮ଟି ମୋବାଇଲ୍‌ ଜବତ ହୋଇଛି । ସେମାନେ ଆନ୍ଧପ୍ରଦେଶର । ସେମାନଙ୍କଠାରୁ ୫୮ଲକ୍ଷ ୫୨ହଜାର ୨୫୦ ଟଙ୍କା ମିଳିଛି । ଏସ୍‌ଡିପିଓଙ୍କ ଏହି ପ୍ରତିକ୍ରିୟା ପରେ ଗଣମାଧ୍ୟମ ପ୍ରଶ୍ନ ଉଠାଇଥିଲେ । ଜବତ ଟଙ୍କାରେ ହେରଫେର ସନ୍ଦେହ ସୃଷ୍ଟି ହୋଇଥିଲା ।

୮ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ଅତିରିକ୍ତ ଏସ୍‌ପି ସୁରେଶ କୁମାର ନାୟକ କଣ୍ଟାବାଞ୍ଜି ଯାଇ ତଦନ୍ତ କରିଥିଲେ । ପରେ ଏସ୍‌ପି ନୀତିନ କୁଶଲକର ପୁଲିସ ଦେଖାଉଥିବା ଜବତ ଅର୍ଥରେ ଅନିୟମିତତା ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମାମଲାର ଚୁଡାନ୍ତ ରିପୋର୍ଟ ଅତିରିକ୍ତ ଏସ୍‌ପି ଦେବା ପରେ ତାହା ଉଚ୍ଚ ଅଧିକାରୀଙ୍କୁ ପଠାଯିବ ବୋଲି କହିଥିଲେ । ତେବେ ଜବତ ଟଙ୍କାରୁ ଅଧିକ ୨୦ ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟରେ ମିଳିଥିବା ଖବର ପ୍ରସାରିତ ହୋଇଥିଲା । କିନ୍ତୁ ୨୦ ଲକ୍ଷ ନୁହେଁ, ଏହାର ପରିମାଣ ଆହୁରି ଅଧିକ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ଜନପ୍ରତିନିଧି ।

- Advertisement -

ପରବର୍ତ୍ତୀ ସମୟରେ କଣ୍ଟାବାଞ୍ଜି ଏସ୍‌ଡିପିଓ ପଦରୁ ଡ.ମେହେରଙ୍କୁ ଅପସାରିତ କରି ବଲାଙ୍ଗିର ପୁଲିସ ମୁଖ୍ୟାଳୟରେ ଯୋଗଦେବାକୁ କୁହାଯାଇଥିଲା । ସେହି ଅନୁସାରେ ଡ.ମେହେର ମୁଖ୍ୟାଳୟରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ବିବୃତି ଦେଇ ଡ.ମେହେର କହିଥିଲେ ଯେ, ତାଙ୍କ ମୁଣ୍ଡରେ ଦୋଷ ଲଦି ଦିଆଯାଉଛି । ସେ ରିପୋର୍ଟ, ତଦନ୍ତ କି ଚଢଉ କରି ନଥିଲେ । ତାଙ୍କୁ ଗଣମାଧ୍ୟମକୁ ବିବୃତି ଦେବାକୁ କୁହାଯାଇଥିଲା ସେ ତାହା କହିଲେ । ଏହାପରେ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ମୁକୁଳିଥିବା ୭ଜଣ ଜୁଆଡି ଓ ଜାମିନ୍‌ରେ ଆଣିଥିବା ୨ଜଣ ଦାଦନ ସର୍ଦ୍ଦାରଙ୍କ ସହ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଡିଏସ୍‌ପି ଡ.ମହେରଙ୍କୁ ଡକାଇ ଅତିରିକ୍ତ ଏସ୍‌ପି ଶ୍ରୀ ନାୟକ ଜଣ ଜଣ କରି ପଚରା ଉଚୁରା କରିଥିଲେ । ପରବର୍ତ୍ତୀ ସମୟରେ ସେ ଏସ୍‌ପିଙ୍କୁ ତଦନ୍ତ ରିପୋର୍ଟ ଦେଇଥିବା ବେଳେ ଏସ୍‌ପି ପୁଲିସ ଡିଜି ଓ ଗୃହ ବିଭାଗକୁ ଏହି ରିପୋର୍ଟ ପଠାଇଥିଲେ । ସୋମବାର ରାଜ୍ୟ ସରକାରଙ୍କ ଗୃହ ବିଭାଗ ତଦନ୍ତ ରିପୋର୍ଟ ଆଧାରରେ ଡ.ହୃଷିକେଶ ମେହେରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ମାମଲାର ସଠିକ ପରିଚାଳନା କରି ନଥିବା ଓ ନିଲମ୍ବନ ଅବଧି ସମୟରେ ସେ ନୟାଗଡ ଏସ୍‌ପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି । ତେବେ ଏହି ମାମଲାରେ କେବଳ ନିଲମ୍ବିତ ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ମାମଲାକୁ ସୀମିତ କରିଦିଆ ଗଲା ନା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories