ଆଧୁନିକୀକରଣ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର,୧୦ା୧୦(ସିଟି) : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅଧିନସ୍ଥ ଅଞ୍ଚଳରେ ନିରାପତ୍ତା ଓ ଆଧୁନିକୀକରଣ ନିମନ୍ତେ ରେଳ ଚଳାଚଳ ଆଗାମୀ ଦିନରେ ଆଂଶିକ ବ୍ୟାହତ ହେବ । ସମ୍ବଲପୁର ମଣ୍ଡଳ ଅଧିନସ୍ଥ ଟିଟିଲାଗଡ – ସିଙ୍ଗାପୁର ରୋଡ ରେଳ ସେକ୍ସନ ମଧ୍ୟରେ ରୁପ୍ରା ରୋଡ – ନର୍ଲା ରୋଡ – ଲାଞ୍ଜିଗଡ ରୋଡ ଷ୍ଟେସନ ମଧ୍ୟରେ ତୃତୀୟ ଧାରଣା କାର୍ଯ୍ୟକ୍ଷମ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର କଟକ – ଜଖପୁର ରୋଡ ରେଳ ସେକ୍ସନ ମଧ୍ୟରେ କପିଳାସ ରୋଡ ଓ ନିର୍ଗୁଣ୍ଡି ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଧାରଣା କାର୍ଯ୍ୟକ୍ଷମ କରାଯିବ । ଏଣୁ ଆସନ୍ତା ୧୪ ରୁ ୨୦ ପର୍ଯ୍ୟନ୍ତ ୦୮୩୧୭/୦୮୩୧୮ ସମ୍ବଲପୁର – ଜୁନାଗଡ – ରୋଡ – ସମ୍ବଲପୁର ପାସେଞ୍ଜର ସମ୍ବଲପୁରରୁ ଏବଂ ଜୁନାଗଡ ରୋଡରୁ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚଳାଚଳ ବାତିଲ ରହିବ । ୦୮୫୨୭/୦୮୫୨୮ ରାୟପୁର – ବିଶାଖାପଟନମ – ରାୟପୁର ପାସେଞ୍ଜର ରାୟପୁରରୁ ୧୫ ରୁ ୨୧ ଅକ୍ଟୋବର ଏବଂ ବିଶାଖାପଟନମ ରୁ ୧୪ ରୁ ୨୦ ଅକ୍ଟୋବର, ୦୮୨୭୫/୦୮୨୭୬ ରାୟପୁର – ଜୁନାଗଡ ରୋଡ – ରାୟପୁର ପାସେଞ୍ଜର ରାୟପୁରରୁ ୧୫ ରୁ ୨୦ ଅକ୍ଟୋବର ଓ ଜୁନାଗଡ ରୋଡରୁ ୧୬ ରୁ ୨୧ ଅକ୍ଟୋବର ଏବଂ ୦୮୪୩୮ / ୦୮୪୩୭ କଟକ – ଭଦ୍ରକ – କଟକ ପାସେଞ୍ଜର ୧୪ ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ ।

ସେହିଭଳି ୧୮୦୦୫ / ୧୮୦୦୬ ହାୱଡା – ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ହାୱଡାରୁ ୧୬ ଅକ୍ଟୋବର ଓ ଜଗଦଲପୁରରୁ ୧୭ ଅକ୍ଟୋବର ରେ ହାୱାଡା ରୁ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ରୁ ଜଗଦଲପୁର ମଧ୍ୟରେ ଉଭୟ ଦିଗରୁ ଚଳାଚଳ ବାତିଲ ରହିବ । ୧୮୦୦୧/୧୮୦୦୨ ସମ୍ବଲପୁର – ରାୟଗଡା – ସମ୍ବଲପୁର ଏକ୍ସପ୍ରେସ ୧୬ ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଉଭୟ ଦିଗରୁ ସମ୍ବଲପୁରରୁ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡରୁ ରାୟଗଡା ମଧ୍ୟରେ ଉଭୟ ଦିଗରୁ ଚଳାଚଳ ବନ୍ଦ ରହିବ । ୨୦୮୩୭/୨୦୮୩୮ ଭୁବନେଶ୍ୱର – ଜୁନାଗଡ ରୋଡ – ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱର ରୁ ୧୬ ରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ଏବଂ ଜୁନାଗଡ ରୋଡରୁ ୧୭ ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଓ ଉଭୟ ଦିଗରୁ ରାୟଗଡା ଓ ଜୁନାଗଡ ରୋଡ ମଧ୍ୟରେ ଚଳାଚଳ ବାତିଲ ରହିବ । ସେହିପରି ହାୱଡା ରୁ ୧୨୮୬୭ ହାୱଡା – ପୁଡୁଚେରୀ ସୁପର ଫାଷ୍ଟ, ବାଙ୍ଗାଲୁରୁ ରୁ ୧୨୨୪୬ ବାଙ୍ଗାଲୁରୁ – ହାୱଡା ଦୁରନ୍ତ ଏକ୍ସପ୍ରେସ ଏବଂ ହାୱଡା ରୁ ୧୨୨୪୫ ହାୱଡା – ବାଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ ୧୬ ତାରିଖରେ କପିଳାସ ରୋଡ – ନରାଜ ମାର୍ଥାପୁର – ଭୁବନେଶ୍ୱର ମାର୍ଗ ଦେଇ ଚଳାଚଳ କରିବ । ୦୮୪୧୧ / ୦୮୪୧୨ ବାଲେଶ୍ୱର – ଭୁବନେଶ୍ୱର – ବାଲେଶ୍ୱର ପାସେଞ୍ଜର, ୦୮୪୫୩/୮୪୫୪ ଭଦ୍ରକ – କଟକ – ଭଦ୍ରକ ପାସେଞ୍ଜର, ୦୮୪୧୩/୮୪୧୪ ତାଳଚେର – ପୁରୀ – ତାଳଚେର ପାସେଞ୍ଜର ଏବଂ ୧୮୧୨୫/୧୮୧୨୬ ରାଉରକେଲା – ପୁରୀ – ରାଉରକେଲା ଏକ୍ସପ୍ରେସ ୧୪ ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ନିର୍ଗୁଣ୍ଡି ଷ୍ଟେସନରେ ରହଣି କରିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.