www.samajalive.in
Monday, December 8, 2025
13.1 C
Bhubaneswar

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ବିଧାୟକ, ଚିକିତ୍ସା ପାଇଁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ଦେବଗଡ: ସଡକ ଦୁର୍ଘଟଣାରେ ଆହତ ବାପ-ପୁଅଙ୍କୁ ଉଦ୍ଧାର ପରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ନିଜ ଗାଡିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଓ ମାନବିକତାର ପରିଚୟ ଦେଇଛନ୍ତି। ମିଳିଥିବା ସୂୂଚନା ଅନୁଯାୟୀ ଆଜି ସଂଧ୍ୟାରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ରାଞ୍ଚି-ବିଜୟୱାଡା ରାସ୍ତାେଦେଇ ପଳସମା ଗ୍ରାମକୁ ଯାଉଥିଲେ। ତେବେ ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତଲେସର ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାସ୍ତାରେ ୨ ଜଣ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ବିଧାୟକ ଶ୍ରୀ ପାଣିଗ୍ରାହୀ କାରର ଚାଳକକୁ ସେଠାରେ କାରଟିକୁ ଅଟକାଇବାକୁ କହିବାସହ ନିଜେ କାରରୁ ଓହ୍ଲାଇ ସେମାନଙ୍କର ଅବସ୍ଥା ଅନୁଧ୍ୟାନ ସହ ଆହତମାନଙ୍କର ପରିଚୟ ପଚାରି ବୁଝିଥିଲେ। ଦେବଗଡ ପୌରାଞ୍ଚଳ ରଜାମୁଣ୍ଡାର ବାଇକ ମେକାନିକ ପ୍ରଫୁଲ୍ଲ ପ୍ରଧାନ ଓ ତାଙ୍କ ପୁଅ କ୍ଷିତୀଶ ପ୍ରଧାନ ବୋଲି ଜାଣିବାକୁବାକୁ ପାଇଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହାୟତାରେ ଉଭୟ ଆହତ ବାପ-ପୃୁଅଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ନିଜ କାର ଯୋଗେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ପୁଅ କ୍ଷିତୀଶର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏକ ବାଇକ ଯୋଗେ ଉଭୟ ବାପ-ପୁଅ ଅନୁଗୂଳରୁ ନିଜ ଘରକୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ କାର ଧକ୍କାଦେଇ ଫେରାର ହୋଇଯାଇଥିବା ଆହତ ପ୍ରଫୁଲ୍ଲ ପ୍ରକାଶ କରିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories