www.samajalive.in
Saturday, December 13, 2025
27.1 C
Bhubaneswar

କାମାକ୍ଷା ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ସମ୍ପନ୍ନ        

ସମ୍ବଲପୁର: ସମ୍ବଲପୁର ଉପକଣ୍ଠସ୍ଥ ବହିଦାର ନୂଆପାଲି ସ୍ଥିତ ମା’ କାମାକ୍ଷା ମନ୍ଦିର ଠାରେ ମା’ କାମାକ୍ଷା ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ସମ୍ପନ୍ନ ହୋଇଛି । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ପୂଜା କ୍ରମରେ କୁମାରପୂର୍ଣ୍ଣମା ତିଥିରେ ରବିବାର ଦିନ ମନ୍ଦିର ଠାରେ ହୋମଯଜ୍ଞ କରାଯାଇଥିଲା । ରାମଶଙ୍କର ସାହୁ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା କର୍ତ୍ତୀ ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଜୟ ଗୋପାଳ ସୁଆର ଓ ସାଥି ପୂଜାର୍ଚ୍ଚନା ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ ମା’ କାମାକ୍ଷା ଦେବୀଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ମହାଆଳତୀ ପରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories