www.samajalive.in
Saturday, December 13, 2025
18.1 C
Bhubaneswar

ବାସ୍ତୁ : ସରଳ ଉପାୟରେ ଦୂର ହୁଏ ସମସ୍ୟା, ମିଳେ ସଫଳତା

ଜୀବନରେ ସଫଳତା ପ୍ରାପ୍ତି ପାଇଁ ଏପରି କେତେକ ସରଳ ଉପାୟ ରହିଛି,ଯାହାକୁ ସହଜରେ ପାଳନ କରି ହେବ। ଜାଣନ୍ତୁ ବାସ୍ତୁ ସହ ଜଡିତ କିଛି ଜଣାଅଜଣା କଥା..

ବାସ୍ତୁଶାସ୍ତ୍ରରେ କୌଣସି କାର୍ୟ୍ୟରେ ଯାତ୍ରା କରିବା ପୂର୍ବରୁ ସେଥିରେ ସଫଳତା ପ୍ରାପ୍ତି ପାଇଁ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କଲେ ଯାତ୍ରାକୁ ମଙ୍ଗଳକାରୀ ଓ ସଫଳ କରି ହୋଇଥାଏ। ଏଥିପାଇଁ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
– ଯାତ୍ରାରେ ଯିବା ସମୟରେ କୌଣସି ନକରାତ୍ମକ ଶବ୍ଦର ବ୍ୟବହାର କରନ୍ତୁ ନାହିଁ।
– ନିଜର ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ଗାୟନ୍ତ୍ରୀ ମନ୍ତ୍ରୀ ଜପ କରନ୍ତୁ।
– ଯାତ୍ରାରେ ଯିବା ପୂର୍ବରୁ ନଦୀ, ନିଆଁ, ପବନ, ଦେବୀଦେବତା , ଗୁରୁଜନ, ମାତାପିତାଙ୍କୁ ପରିହାସ କରନ୍ତୁ ନାହିଁ।
– ଘରୁ ବାହାରିବା ସମୟରେ ପ୍ରଥମେ ଡ଼ାହାଣ ପାଦ ପକାନ୍ତୁ। ଅସହାୟଙ୍କୁ ଦାନ ଦିଅନ୍ତୁ। ଗାଈଙ୍କୁ ରୁଟି କିମ୍ବା ଘାସ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।
– ମଙ୍ଗଳବାର ଦିନ ଉତ୍ତର ଦିଗକୁ ଯାତ୍ରା କରୁଥିଲେ ଘରୁ ଗୁଡ଼ ଖାଇ ଯାଆନ୍ତୁ।
ବୁଧବାର ଉତ୍ତର ଦିଗରେ ଯାତ୍ରା କରୁଥିଲେ ଧନିଆ କିମ୍ବା ରାଶି ଲଡ଼ୁ ଖାଇ ଯାଆନ୍ତୁ।
– ଗୁରୁବାର ଦିନ ଦକ୍ଷିଣ ଦିଗରେ ଯାତ୍ରା କରୁଥିଲେ ଦହି ଖାଇ ଯାତ୍ରା କରନ୍ତୁ।
ଶୁକ୍ରବାର ଦିନ ପଶ୍ଚିମ ଦିଗରେ ଯାତ୍ରା କରୁଥିଲେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।
– ଶନିବାର ଦିନ ପୂର୍ବ ଦିଗକୁ ଯାତ୍ରା କରୁଥିଲେ, ଅଦା ଖଣ୍ଡ ଖାଆନ୍ତୁ।
ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଇଲେ ଜୀବନରେ ଥିବା ଦୁଃଖ ରୂପକ ଅନ୍ଧକାର ଦୂରେଇ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ମାତ୍ର ଏହି ଦୀପ ଅର୍ପଣର କେତେକ ନିୟମ ରହିଛି,ଏହି ନିୟମକୁ ମାନି ଦୀପ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ।
ଘିଅର ଦୀପ –
ଏହି ଦୀପ ଅର୍ପଣ କରିବା ବେଳେ ଏହା ଠାକୁରଙ୍କ ଡ଼ାହାଣ ପଟେ ଓ ନିଜର ବାମ ପଟେ ରହିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ମିଳିଥାଏ। ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।
ତେଲର ଦୀପ –
ଏହି ଦୀପ ଅର୍ପଣ ବେଳେ ଏହା ଭଗବାନଙ୍କ ବାମ ପଟେ ଓ ନିଜର ଡ଼ାହାଣ ପଟେ ରହିବା ଆବଶ୍ୟକ। ଏହା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଗୃହର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ଦୀପରେ ସର୍ବଦା ତୁଳାରେ ପ୍ରସ୍ତୁତ ସଳିତା ହିଁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଦୀପ ଅର୍ପଣର ମହତ୍ତ୍ୱ ବୃଦ୍ଧି ହୋଇଥାଏ।
ଯଦି ମାଟି ଦୀପ ଅର୍ପଣ କରୁଛନ୍ତି, ସର୍ବଦା ଧ୍ୟାନ ଦେବେ ଯେପରି ଏହା ସାମାନ୍ୟ ମାତ୍ର ଭାଙ୍ଗି ନଥିବ । ଭଙ୍ଗା ଦୀପ ଅର୍ପଣ କରିବା ଅଶୁଭ ଅଟେ।
ଦୀପ ସମର୍ପଣ କରିବା ବେଳେ କଥାବାର୍ତ୍ତା ନ କରି, କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ।
ବେଳେ ବେଳେ ଏପରି ହୋଇଥାଏ, ଆମେ ତରବରିଆ ଭାବେ ଔଷଧ ଖାଇବା ପାଇଁ ଜଳ ଆଣିବା ନିମନ୍ତେ ରୋଷେଇ ଘରକୁ ଯାଉ। ସେଠାରେ ଔଷଧ ଖାଇ ପାଣି ପିଇବା ପରେ ଅଜାଣତରେ ଔଷଧ ମଧ୍ୟ ସେଠାରେ ହିଁ ରଖିଦେଉ। ଏପରି କରିବା ଦ୍ୱାରା ପରିବାର ଲୋକେ ସର୍ବଦା ରୋଗଗ୍ରସ୍ତ ହୋଇଥାଆନ୍ତି। ଟଙ୍କାପଇସା ଅଯଥାରେ ଖର୍ଚ୍ଚ ହୋଇଥାଏ।
ଦକ୍ଷିଣ ଦିଗରେ ମୂର୍ତ୍ତି ରଖନ୍ତୁ ନାହିଁ –
ଭଗବାନଙ୍କର ହେଉ ଅଥବା ସାଜସଜ୍ଜା ପାଇଁ ହେଉ ଗୃହର ଦକ୍ଷିଣ ଦିଗରେ କୌଣସି ମୂର୍ତ୍ତି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆୟ କମ ହେବା ସହ ଖର୍ଚ୍ଚ କମ ହୋଇଥାଏ।
ଘରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ –
ଘରର କୌଣସି ପ୍ରକାରର କଣ୍ଟାଯୁକ୍ତ ବୃକ୍ଷ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories