www.samajalive.in
Thursday, December 11, 2025
16.1 C
Bhubaneswar

ଶରୀର ପାଇଁ ଉପକାରୀ ଭିଜା ବୁଟ

ଶରୀର ପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ। ସମସ୍ତ ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏଥିରେ ପ୍ରୋଟିନ, ଫାଇବର, ମିନେରାଲ, ଭିଟାମିନ ଓ ଆଇରନ ଇତ୍ୟାଦି ଭରପୁର ମାତ୍ରାରେ ରହିଥାଏ। ଏହା ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଭିଜା ବୁଟ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ହେଉଥିବା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ।
ଆସନ୍ତୁ ଜାଣିବା ଭିଜା ବୁଟ ଖାଇବାର ଲାଭ ବିଷୟରେ ..
ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଅଳ୍ପ ଚିନି ମିଶାଇ ଦିଅନ୍ତୁ। ସେଥିରେ ବୁଟକୁ ଭିଜାଇ ଦିଅନ୍ତୁ। ବୁଟକୁ ଗୋଟିଏ ରାତି ରଖନ୍ତୁ। ତା’ପର ଦିନ ସକାଳୁ ଉଠି ସେହି ବୁଟକୁ ଖାଲି ପେଟରେ ଖାଆନ୍ତୁ।
ଭିଜା ବୁଟ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଅନେକ ପ୍ରକାର ରୋଗରୁ ରକ୍ଷା କରିବା ସହ ଶରୀରରେ ପାଚନ କ୍ରିୟା ଠିକ କରିଥାଏ।
କୋଷ୍ଠ କାଠିନ୍ୟ ସମସ୍ୟା: ଭିଜା ବୁଟରେ ଫାଇବରର ମାତ୍ରା ଅଧିକ ରହିଛି। ଏହା ଶରୀରରେ ପାଚନ କ୍ରିୟା ଠିକ କରି ପେଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। ଏହା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଶରୀରକୁ ଶକ୍ତି ଯୋଗାଇଥାଏ: ଭିଜା ବୁଟ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଏହା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ଯୋଗାଇଥାଏ।
ପରିସ୍ରା ଜନିତ ସମସ୍ୟାରୁ ମୁକ୍ତି: ବାରମ୍ବାର ପରିସ୍ରା ଜନିତ ସମସ୍ୟା ପାଇଁ ସମସ୍ତେ ଚିନ୍ତିତ ଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଭିଜା ବୁଟକୁ ଗୁଡ ସହ ମିଶାଇ ପ୍ରତ୍ୟେକ ଦିନ ଖାଆନ୍ତୁ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories