www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ କଳାହାଣ୍ଡିର ୧୯ ପ୍ରତିଯୋଗୀ

ଲାଞ୍ଜିଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ଅକ୍ଟୋବର ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାର ୧୯ ଜଣ ପ୍ରତିଯୋଗୀ ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ଗତ ସେପ୍ଟେମ୍ବର ୨୩ ତାରିଖରେ କଳାହାଣ୍ଡି ଜିଲ୍ଲା କ୍ରୀଡାସଂସ୍ଥା ଆନୁକୂଲ୍ୟରେ ଲାଞ୍ଜିଗଡ ସ୍ଥିତ ଆଶ୍ରମ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ତିରନ୍ଦାଜ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ରାଜ୍ୟ ସ୍ତର ପାଇଁ ମନୋନୀତ ହୋଇଥିଲେ।

ସେମାନଙ୍କ ମଧ୍ୟରେ ୯ ବର୍ଷରୁ କମ ଵର୍ଗରେ ରାଶ୍ରୀ ରାଜେଶ୍ୱରୀ ମାଝୀ, ୧୪ ବର୍ଷରୁ କମ ବାଳକ ବର୍ଗରେ ହିତେଶ କୁମାର ମହାଖୁଡ଼, ବିକ୍ରମ ମାଝୀ, ଥବିର ମାଝୀ, ଓଁମକାର ମାଝୀ ଓ ବାଳିକା ବର୍ଗରେ ଆରତୀ ମୁଣ୍ଡା, ଜୁଲି ମୁଣ୍ଡା, ସୋନୁ ମାଝୀ, ପ୍ରିୟସା ନାଏକ, ରଚନା ମାଝୀ, କଳ୍ପିତା ପ୍ରଧାନ,୧୭ ବର୍ଷରୁ କମ ସବ ଜୁନିୟର ବାଳିକା ବର୍ଗରେ ମଧୁସ୍ମିତା ମୁଣ୍ଡା ଓ ବାଳକ ବର୍ଗରେ ସଞ୍ଜୟ ମାଝୀ, ଶୀମାଞ୍ଚଳ ମାଝୀ, ଅର୍ଜୁନ ମାଝୀ, ଚନ୍ଦ୍ରକାନ୍ତ ଭୋଇ, ୧୯ ବର୍ଷରୁ କମ ଜୁନିୟର ଵର୍ଗ ଓ ୨୦ ବର୍ଷରୁ ଉର୍ଦ୍ଧ୍ବ ସିନିୟର ଵର୍ଗରେ ନିଥ ନିଆଲ ମଲ୍ଲିକ ଓ ମିଥୁନ ନାଏକ ଏହି ୧୯ ଜଣ ପ୍ରତିଯୋଗୀମାନେ କୃତି ଅର୍ଜନ କରି ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।

- Advertisement -

ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲର ୪ ଜଣ ରହିଥିବା ବେଳେ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ଜଣ ପ୍ରତିଯୋଗୀ ରହିଛନ୍ତି। କୋଚ୍ ଶୀମାଞ୍ଚଜ କାଟ୍ରାକାଙ୍କ ନେତୃତ୍ୱରେ ଏହି ପ୍ରତିଯୋଗୀ ମାନେ ଗସ୍ତ କରିଥିବା ବେଳେ ଶୀମାଞ୍ଚଳ ଲାଞ୍ଜିଗଡ ଏସଏସଡି ସ୍କୁଲ ଓ ଡ଼ିଏଭି ବେଦାନ୍ତ ପବ୍ଲିକ ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହିତ ଲାଞ୍ଜିଗଡ ଏସଏସଡି ସ୍କୁଲ ଖେଳ ଶିକ୍ଷକ ଜୟଲାଲ ଭୋଇ, ଡିଏଭି ପବ୍ଲିକ ସ୍କୁଲ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ଏସଏସଡି ୱାଡେଂନ ବିଳାସିନି ସେଠ ଓ ବେଦାନ୍ତ ସିଏସ ଆର ପକ୍ଷରୁ ଅଭିନଭ ପ୍ରତାପ ଗସ୍ତ କରିଛନ୍ତି। ଆଜି ସେମାନେ ରାଜ୍ୟ ସ୍ତର ପାଇଁ ଗସ୍ତ କରିଥିବା ବେଳେ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ଜିଲ୍ଲା କ୍ରୀଡା ସଂସ୍ଥା ସହ ସମ୍ପାଦକ ସୁନୀଲ ବେହେରା, ଜିଲ୍ଲା କାଉନସିଲ ମେମ୍ବର କାଳି ପ୍ରସାଦ ପଟନାୟକ ଓ ସମ୍ଭୁ ପ୍ରସାଦ ରାଉତ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ଡ଼ିଏଭି ବେଦାନ୍ତ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା ପ୍ରମୁଖ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories