ଜି ଉଦୟଗିରି: ଆଜି ଜି ଉଦୟଗିରି ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଉପ ବନସଂରକ୍ଷକ ମଳୟ ରଞ୍ଜନ କାଲୋ, ମୋବାଇଲ ସ୍କେର୍ଦ୍, ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏସ ଆଇ ଅନନ୍ତ ପ୍ରଧାନଙ୍କ ସମେତ ଫୁଲବାଣୀ, କରାଡ଼ା ଓ ଜି ଉଦୟଗିରିର ସମସ୍ତ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ସଞ୍ଜୀବ ଦିଗାଲଙ୍କ ଘରେ ଚଢ଼ାଉ କରି ୧୮.୭୧ସିଏଫଟି ଶାଳ ଓ ଶାଗୁଆନ କାଠ ଜବତ କରିଛନ୍ତି। ଏଥି ସହିତ କିଛି ଯନ୍ତ୍ରପାତି ଜବତ କରିଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ପୁଲିସ ସଞ୍ଜୀବ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
Popular Categories



