କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅତିରିକ୍ତ ଗୃହ ଠାରେ ସମିତି ପକ୍ଷରୁ ବରିଷ୍ଠ ନାଗରିକଙ୍କ ଦିବସ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବିଡ଼ିଓ ତାପସ କୁମାର ଭୋଇ, ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବିପିଏମ କଳ୍ପତରୁ ବେହେରା, ସମବାୟ ସମ୍ପ୍ରସାରଣ ଅଧିକାରୀ ଦୟାନିଧି ବାତ୍ରା ପ୍ରମୁଖ ମଞ୍ଚାସିନ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ଉଦଘାଟନ କରିଥିଲେ। ଏଥିରେ ୫୪ ଜଣ ବରିଷ୍ଠ ନାଗରିକଙ୍କୁ ବ୍ଲକ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଥିଲେ। ଏଥିରେ ଡାକ୍ତର ଅର୍ଣ୍ଣପୁର୍ଣ୍ଣା ତାଣ୍ଡି ଓ ଡାକ୍ତର ମୋନରଞ୍ଜନ ତନ୍ତୀ ଚିକିତ୍ସା କରିଥିବା ବେଳେ ଫାର୍ମାସିଷ୍ଟ ସ୍ୱାଗତିକା ନାୟକ ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Popular Categories



