www.samajalive.in
Thursday, December 11, 2025
13.1 C
Bhubaneswar

ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି “ଟାଇମ୍ ୧୦୦ ନେକ୍ସଟ୍‌’ ତାଲିକାରେ ସାମିଲ

 

ଭୁବନେଶ୍ୱର: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କୁ ଲୋକପ୍ରିୟ ଟାଇମ୍ ପତ୍ରିକା ପକ୍ଷରୁ “ଟାଇମ୍ ୧୦୦ ନେକ୍ସଟ’ ତାଲିକାରେ ସାମିଲ କରାଯାଇଛି । ତାଙ୍କୁ “ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି । ଆକାଶ ଅମ୍ବାନିଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ, “ବ୍ୟବସାୟକୁ ବଢ଼ାଇବା ପାଇଁ ଆକାଶ କଠିନ ପରିଶ୍ରମ କରୁଛନ୍ତି । ଗୁଗୁଲ୍ ଓ ଫେସବୁକ୍ ସହ ବିଲିଅନ୍ ଡଲାରର ନିବେଶ ଡିଲ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
“ଟାଇମ୍ ୧୦୦ ନେକ୍ସଟ’ରେ ସାମିଲ ହେବାରେ ଆକାଶ ଅମ୍ବାନି ହେଉଛନ୍ତି ଏକମାତ୍ର ଭାରତୀୟ । ବିଶ୍ୱର ଉଦୀୟମାନ ତାରକା ଆକାଶଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୨ ବର୍ଷ ବୟସରେ ଆକାଶଙ୍କୁ ଜିଓର ବୋର୍ଡରେ ସ୍ଥାନ ମିଳିଥିଲା । ଚଳିତ ବର୍ଷ ଜୁନ ମାସ୍‌ରେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ଟେଲିକମ୍ କଂପାନି ଜିଓର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ୪୨ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଥିବା କଂପାନି ରିଲାଏନ୍ସ ଜିଓକୁ ସମ୍ଭାଳିବାର ଗୁରୁ ଦାୟିତ୍ୱ ଏବେ ଏହାର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କ ଉପରେ ରହିଛି ।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓର ୫ଜି ସେବାର କାର୍ଯ୍ୟକାରିତା ଆକାଶ ଅମ୍ବାନିଙ୍କ ନେତୃତ୍ୱରେ ହେଉଛି । ଦୀପାବଳି ସୁଦ୍ଧା ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ କେତେକ ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ରଖିଛି । ଜିଓ ଏକମାତ୍ର ଟେଳିକମ୍ କଂପାନି ଯାହା ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ କିଣିଛ, ଯାହା ହେଉଛି ଏକମାତ୍ର ବ୍ୟାଣ୍ଡ୍ ଯେଉଁଥିରେ ବାସ୍ତବ ୫ଜି ସେବା ମିଳିପାରିବ । ଆମେରିକା ଓ ୟୁରୋପରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ପ୍ରିମିୟମ୍ ବ୍ୟାଣ୍ଡ୍ ଭାବେ ବିଚାର କରାଯାଉଛି । ଏହି ଦୃଷ୍ଟିରୁ ୫ଜି କ୍ଷେତ୍ରରେ ଅନ୍ୟ କଂପାନିଗୁଡ଼ିକ ତୁଳନାରେ ଜିଓ ଆଗରେ ରହିଛି ।

ଟାଇମ୍ ପତ୍ରିକା ପ୍ରତିବର୍ଷ “ଟାଇମ୍ ୧୦୦ ନେକ୍ସଟ୍‌’ର ତାଲିକା ପ୍ରକାଶ କରୁଛି । ଏହି ତାଲିକାରେ ଦେଶ ଦୁନିଆ ବ୍ୟତୀତ ଉଦ୍ୟୋଗ ଜଗତର ୧୦୦ ଉଦୀୟମାନ ତାରକାଙ୍କୁ ସାମିଲ କରାଯାଇଥାଏ । ୨୦୨୨ ଟାଇମ୍ ୧୦୦ ତାଲିକାରେ ସଙ୍ଗୀତକାର, ପେସାଦାର ଡାକ୍ତର, ସରକାରୀ ଅଧିକାରୀ, ସାମାଜିକ କର୍ମୀ, ହାଇ-ପ୍ରୋଫାଇଲ୍ ହ୍ୱିସିଲ ବ୍ଲୋୟର ଓ ଶ୍ରେଷ୍ଠ ସିଇଓମାନଙ୍କୁ ସାମିଲ କରାଯାଇଛି । ଏହି ମହାନ ବ୍ୟକ୍ତିମାନେ ଦୁନିଆକୁ ନୂଆ ସ୍ୱରୂପ ପ୍ରଦାନ କରିବା ସହିତ ଭବିଷ୍ୟତକୁ ନୂଆ ପରିଭାଷା ପ୍ରଦାନ କରିବାକୁ ଉଦ୍ୟମ କରୁଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories