www.samajalive.in
Saturday, December 13, 2025
26.1 C
Bhubaneswar

୪୫ ବର୍ଷ ବୟସରେ ମାଆ ହେଲେ ଅବିବାହିତ ସାକ୍ଷୀ : ଦର୍ଶକଙ୍କ ଖୁବ୍‍ ପ୍ରଶଂସା

ମୁମ୍ବଇ: ହିନ୍ଦୀ ଧାରାବାହିକ ଜଗତର କ୍ୱିନ୍‍ ସାକ୍ଷୀ ତନୱାର୍ ନିଜ ଅଭିନୟ ମାଧ୍ୟମରେ କୋଟି କୋଟି ଲୋକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛନ୍ତି । ତେବେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଉଥିବା ଅବିବାହିତ ସାକ୍ଷୀ ୪୫ ବର୍ଷ ବୟସରେ ଏବେ ଏକ ଛୋଟ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହି କଥା ସେ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଦର୍ଶକ ଓ ତାଙ୍କ ପ୍ରଶଂସକମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।

- Advertisement -

ଏହା ଛଡ଼ା ସାକ୍ଷୀ ନିଜ ଇନଷ୍ଟାଗ୍ରାମ୍ ପେଜ୍ ରେ ଏକ ଫଟୋ ଶେୟାର କରି ଲେଖିଛନ୍ତି,- ‘‘ବାପା ମାଆଙ୍କ ଆଶୀର୍ବାଦ ଓ ପରିବାର ଲୋକଙ୍କ ସହଯୋଗରେ ମୁଁ ଏକ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି। ସେ ଖୁବଶୀଘ୍ର ୯ ମାସର ହୋଇଯିବ । ତା’ ଆଗମନରେ ମୋ ଜୀବନରେ ଖୁସି ଭରି ଯାଇଛି ଓ ଏହା ମୋ ଜୀବନର ଏକ ସୁନ୍ଦର ମୁହୂର୍ତ୍ତ। ମୋର ସେହି କୁନି ଝିଅର ନାମ ‘ଦିତ୍ୟା’। ଯାହାର ଅର୍ଥ ମା’ ଲକ୍ଷ୍ମୀ ଓ ପ୍ରାର୍ଥନାର ଉତ୍ତର ଦେବା। ”
ସାକ୍ଷୀଙ୍କର ଏହି ପଦକ୍ଷେପ ମାନବିକତାର ମୂଲ୍ୟବୋଧକୁ ସୂଚାଉଛି ବୋଲି ତାଙ୍କର ଅନେକ ପ୍ରଶଂସକ ମତବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories