www.samajalive.in
Monday, December 15, 2025
16.1 C
Bhubaneswar

ବିଦ୍ୟାଳୟରେ ଫିମ୍ପି ସୋୟାବଡ଼ି ତରକାରୀ ଖାଇ ୯ ଛାତ୍ରୀ ଅସୁସ୍ଥ

ଜି ଉଦୟଗିରି : ସାରଙ୍ଗଡ଼ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ନଅ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ନିମ୍ନ ମାନର ତେଲ ଓ ମସଲା ବ୍ୟବହାର ଅଭିଯୋଗ ଆସିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଏହାକୁ ଖାମଖିଆଲି ଭାବେ ନେବା ବିଷୟ ଚର୍ଚ୍ଚା ଜୋର ଧରିଛି। ମଧ୍ୟାହ୍ନ ଭୋଜନରେ ଭାତ ସହ ସୋୟାବିନ ବଡ଼ି ତରକାରୀ ରୋଷେଇ ହୋଇଥିଲା। ସେହି ଖାଦ୍ୟ ଖାଇ ୯ ଜଣ ଛାତ୍ରୀ ଦୁଇରୁ ତିନି ଥର ବାନ୍ତି କରିଥିଲେ। ଏହା ଦେଖି ଅନ୍ୟ ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷକ ରାଜପୁତ ମଲ୍ଲିକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ଛାତ୍ରୀଙ୍କୁ ଡାକ୍ତରଖାନା ନେଇ ନଥିଲେ।

ଖବର ନେବାରୁ ଜଣାପଡିଛି ଯେ, ସେହିଦିନ ତରକାରୀରେ ଖରାପ ଏବଂ ଫିମ୍ପି ମାରି କଳା ପଡ଼ିଥିବା ସୋୟା ବଡ଼ି ପଡ଼ିଥିଲା। ପୁଣି ତରକାରୀରେ ଶସ୍ତା ଦୁଇ ନମ୍ବର ମସଲା ଗୁଣ୍ଡ ସହ ଖରାପ ରୁଚିଗୋଲ୍ଡ ତେଲ ବ୍ୟବହାର କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଦେଖିଥିଲେ ଏବଂ ଜାଣି ବି ଥିଲେ ଯେ ସୋୟାବଡ଼ି କଳାପଡ଼ି ଫିମ୍ପି ମାରିଛି। ପ୍ରଧାନ ଶିକ୍ଷୟିତ୍ରୀ ଜାଣି ମଧ୍ୟ କହିଲେ କଳା ପଡ଼ିଥିବା ବଡ଼ି ବାଛି ଧୋଇ ତରକାରୀ କରିଦିଅ। ବିଦ୍ୟାଳୟରେ ରୋଷେଇ କରୁଥିବା ମହିଳାମାନେ ମଧ୍ୟ ବଡ଼ି ଖରାପ ଥିବା ଜାଣିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷୟିତ୍ରୀ ଜାଣିଶୁଣି କହିଲେ ଖରାପ ବଡ଼ି ରୋଷେଇ କରିବା ପାଇଁ ଏହା କୋମଳ ମତି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ନୁହେଁକି? ନିମ୍ନ ମାନର ତଥା ଖରାପ ଜିନିଷ ଦେଉଥିବା ସ୍ଵଂୟ ସହାୟକ ଗୋଷ୍ଠୀକୁ ବାହାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରଶାସନ ତୁରନ୍ତ ଏହାର କିଛି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories