www.samajalive.in
Monday, December 15, 2025
15.1 C
Bhubaneswar

୪୫ ୟୁଟ୍ୟୁବ୍ ଭିଡିଓ ନିଷିଦ୍ଧ

ନୂଆଦିଲ୍ଲୀ : ସାମ୍ପ୍ରଦାୟିକ ସଦ୍‌ଭାବ ଓ ଧାର୍ମିକ ସଂପ୍ରଦାୟ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାଧ୍ୟମରେ ବିପଦ ସୃଷ୍ଟି କରୁଥିବା ୪୫ଟି ୟୁଟ୍ୟୁବ୍‌ ଭିଡିଓକୁ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମକୁ ନିର୍ଦେଶ ଦେଇଛନ୍ତି । ୧୦ଟି ୟୁଟ୍ୟୁବ୍ ଚାନେଲରେ ପ୍ରସାରିତ ହୋଇଥିବା ଏହି ୪୫ଟି ଭିଡିଓର ୧କୋଟି ୩୦ଲକ୍ଷ ଦର୍ଶକ ରହିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ୟୁଟ୍ୟୁବ୍ ଭିଡିଓଗୁଡିକୁ ନିଷିଦ୍ଧ କରିବା ଲାଗି ସେପ୍ଟେମ୍ବର ୨୩ରେ ସରକାର ନିଷ୍ପତ୍ତି ନେଇଥିଲେ। ଭିଡିଓ ପ୍ରସାରଣ କରିଥିବା ୧୦ଟି ୟୁଟ୍ୟୁବ୍ ଚାନେଲକୁ ମଧ୍ୟ ନିଷିଦ୍ଧ କରିବା ଲାଗି ସରକାର ୟୁଟ୍ୟୁବ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରସାରିତ ହୋଇଥିବା ଭିଡିଓରେ ମିତ୍ର ରାଷ୍ଟ୍ରଗୁଡିକ ସହିତ ଶତ୍ରୁତା ସୃଷ୍ଟି କରିବା ଭଳି ତଥ୍ୟ ପ୍ରସାରିତ ହୋଇଛି। ଯାହା ଜାତୀୟ ସ୍ବାର୍ଥ ବିରୋଧୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories