www.samajalive.in
Monday, December 15, 2025
27.1 C
Bhubaneswar

ସୁନ୍ଦରଗଡ଼ ପୁଲିସର ଅଭିନବ ପ୍ରୟାସ ‘ଦୂର୍ଗା’

ସୁନ୍ଦରଗଡ଼: ଶାରଦୀୟ ଦୂର୍ଗା ପୂଜା ନବରାତ୍ରୀ ଓ ଅନ୍ତରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ ‘ଦୂର୍ଗା’ ର ଆଜି ଶୁଭାରମ୍ଭ କରାଯାଇଛି । ପୁଲିସ ଜିଲା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଛାତ୍ରୀ, ଯୁବତୀଙ୍କ ଆତ୍ମବିଶ୍ବାସ ଓ ସାମର୍ଥ୍ୟକୁ ପ୍ରମାଣିତ କରିବା ପାଇଁ ଏହି ପ୍ରୟାସର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଆଜି ଏହି କାର୍ୟ୍ୟକ୍ରମକୁ ପଶ୍ଚିମାଞ୍ଚଳ ପୁଲିସ ଡି.ଆଇ.ଜି ନୀତି ଶେଖର ଉଦ୍‌ଘାଟନ କରିଥିବା ବେଳେ ଏ ଅବସରରେ ସୁନ୍ଦରଗଡ଼ର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ଶିବିର ମାଧ୍ୟମରେ ଆତ୍ମସୁରକ୍ଷା ତାଲିମ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଚିହ୍ନଟ ୨୦ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ଏହି ତାଲିମ ଶିବିର ଜାରି ରହିବ ବୋଲି ଜଣାପଡ଼ିଛି । ମହିଳାଙ୍କୁ ଯୌନ ଉତ୍ପିଳନ ଭଳି କାର୍ୟ୍ୟ କରିବା ଯଥା- କମେଣ୍ଟ ମାରିବା, ଗାଳି ଦେବା, ମୋବାଇଲରେ ଅନୈତିକ ଫଟୋ ପଠାଇବା ଇତ୍ୟାଦି ସାମିଲ ରହିଛି ।

ଏତ୍‌ବ୍ୟତୀତ ୨୪ଘଣ୍ଟିଆ ଏକ ହେଲ୍ପ ଲାଇନ ନମ୍ବର ୯୪୩୮୯୧୫୮୫୪ ମଧ୍ୟ କାର୍ୟ୍ୟକାରୀ କରାଯିବା ସହ ଏହି ହେଲ୍ପଲାଇନ ନମ୍ବରରେ ଜଣେ ଦାୟିତ୍ବବାନ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯାଇ ଟେଲିଫୋନରେ ଆସୁଥିବା ଅଭିଯୋଗ ଗୁଡ଼ିକ ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନୁଷ୍ଠିତ କାର୍ୟ୍ୟକ୍ରମରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ ସୁନ୍ଦରଗଡ଼ ପୁଲିସର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ନିଶ୍ଚିତ ଭାବେ ଏହି କାର୍ୟ୍ୟକ୍ରମ ଜରିଆରେ ମହିଳାମାନେ ସଚେତନ ହୋଇ ଏହାର ସୁଯୋଗ ଉଠାଇବେ ବୋଲି ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ.ପି ସୁରେନ୍ଦ୍ର ମାଝୀ, ସଦର ଏସଡିପିଓ ହିମାଂଶୁ ବେହେରା, ବୀରମିତ୍ରପୁର ଏସଡିପିଓ ମାନସ ରଞ୍ଜନ ପ୍ରଧାନ, ରାଜଗାଙ୍ଗପୁର ଏସଡିପିଓ ଏ.ବେହେରା, ସମସ୍ତ ଡି.ଏସ.ପି, ଟାଉନ ଥାନା ଓ ରାଜଗାଙ୍ଗପୁର ଥାନାର ଅଧିକାରୀମାନେ ଯୋଗଦେଇଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories