www.samajalive.in
Monday, December 15, 2025
27.1 C
Bhubaneswar

ଅଞ୍ଜନା ମିଶ୍ରଙ୍କ କାହାଣୀ କହିବ ‘ବାରଙ୍ଗ ୧୯୯୯’

ଭୁବନେଶ୍ୱର : ଓଡିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ପ୍ରସ୍ତୁତ ହେଉଛି ୱେବ୍‌ସିରିଜ ‘ବାରଙ୍ଗ-୧୯୯୯’। କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଏହା ପ୍ରସାରିତ ହେବ। ମୋଟ ୯ଟି ଏପିସୋଡରେ ପୂରା ଘଟଣା ପ୍ରସ୍ତୁତ କରାଯିବ। ଗୋଟିଏ ଏପିସୋଡ ସରିଥିବାବେଳେ ଅବଶିଷ୍ଟ ଏପିସୋଡର ସୁଟିଂ ଖୁବ୍‌ଶୀଘ୍ର କରାଯିବ। ବାସ୍ତବ ରୂପ ଦେବା ନିମନ୍ତେ ଘଟଣା ଘଟିଥିବା ସ୍ଥାନରେ ସୁଟିଂ ହେବ। ଯେଉଁଥିରେ ଉଭୟ ବଲିଉଡ ଓ ଓଲିଉଡର ଆଗଧାଡ଼ିର କଳାକାର ଅଭିନୟ କରୁଥିବା ୱେବ୍‌ ସିରିଜର ନିର୍ଦେଶକ ଅଜୟ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ରାଜନୈତିକ ଦଳ ବା ବ୍ୟକ୍ତବିଶେଷଙ୍କୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ, ଥାନା ଓ ଅଦାଲତରୁ ମିଳିଥିବା ତଥ୍ୟ ଆଧାରରେ ଏହି ୱେବ୍‌ ସିରିଜ ପ୍ରସ୍ତୁତ କରୁଛୁ। ଅଞ୍ଜନା ମିଶ୍ରଙ୍କ ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିଛି। ଏହାପରେ ଉକ୍ତ ଘଟଣାକୁ ନେଇ ଆରମ୍ଭ ହୋଇଛି ୱେବ୍‌ ସିରିଜ୍‌। ଯାହା ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ। ଏଥିରେ ଅଞ୍ଜନା ମିଶ୍ରଙ୍କ ଘଟଣା ଘଟିବା ପରଠାରୁ ସେ ଜାରି ରଖିଥିବା ସଂଘର୍ଷ ସହିତ ଉକ୍ତ ସମୟର ରାଜନୈତିକ ଉଷ୍ମତା ଓ ରାଜ୍ୟ ରାଜନୀତି ସ୍ଥିତି, ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରଭୃତି ସ୍ଥାନ ଦିଆଯାଇଛି। କାହାଣୀ ରଚନା ସରୋଜ ମହାପାତ୍ର କରିଥିବାବେଳେ ପରିକଳ୍ପନା କରିଛନ୍ତି ଦିଲୀପ ବିଶୋଇ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories