www.samajalive.in
Monday, December 15, 2025
17.1 C
Bhubaneswar

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ କବଜାରେ ଏଟିଏମ୍‌

ଫୁଲବାଣୀ: ଗ୍ରାହକ ମାନେ ସହଜରେ ଓ ସବୁ ସମୟରେ ଯେଭଳି ଭାବେ ଟଙ୍କା ପାଇ ପାରିବେ ସେଥି ପାଇଁ ପ୍ରାୟ ସମସ୍ତ ବ୍ୟାଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଏଟିଏମ୍‌ । ତେବେ ଖୋଦ୍‌ ଫୁଲବାଣୀ ସହରରେ ପ୍ରାୟ ୧୫ଟି ଏଟିଏମ୍‌ ଥିବା ବେଳେ ହାତ ଗଣତି ମାତ୍ର ୨ଟି ଏଟିଏମକୁ ଛାଡ଼ିଦେଲେ ଅନ୍ୟ ଏଟିଏମ୍‌ ଗୁଡ଼ିକରେ କୌଣସି ସୁରକ୍ଷା କର୍ମୀ ରହୁନାହାନ୍ତି । ଫଳରେ ଏହାକୁ ନେଇ ଅସୁବିଧାରେ ପଡ଼ୁଛନ୍ତି ହଜାର ହଜାର ସଂଖ୍ୟରେ ଗ୍ରାହକ । ସବୁବେଳେ ଏଟିଏମ୍‌ ଉପରେ ନିର୍ଭର କରୁଥିବା ଗ୍ରାହକ ମାନେ ଅନେକ ସମୟରେ ଟଙ୍କା ଉଠାଣ ପାଇଁ ନାନା ସମସ୍ୟାରେ ପଡ଼ୁଥିବା ବେଳେ ବିଶେଷ କରି ମହିଳା ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ତେବେ ଗୋଟିଏ ପଟେ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍‌ ସେବା ଯୋଗାଇ ଦେବା ପାଇଁ ସମସ୍ତ ଏଟିଏମ୍‌ ଗ୍ରାହକ ମାନଙ୍କ ଠାରୁ ବାର୍ଷିକ ଦେୟ ନେଉଥିଲେ ମଧ୍ୟ ଖୋଦ୍‌ ଫୁଲବାଣୀ ସହରରେ ଅସୁରକ୍ଷିତ ହୋଇ ପଡ଼ିଛି ଏଟିଏମ୍‌ । କେତେକ ଏଟିଏମ୍‌ ସଂପୂର୍ଣ୍ଣ ମୁକୁଳା ହୋଇ ପଡ଼ୁଥିବା ବେଳେ ଆଉ କେତେକ ଏଟିଏମ୍‌ ମାସ ମାସ ଧରି ତାଲା ପଡ଼ିରହିଛି । ତେବେ ବର୍ତ୍ତମାନ ପାର୍ବଣ ଋତୁ ଥିବା ଯୋଗୁ ବହୁ ସଂଖ୍ୟରେ ବ୍ୟକ୍ତି ମାନେ ଏଟିଏମ୍‌ ଉପରେ ନିର୍ଭର କରୁଥିବା ବେଳେ ସନ୍ଧ୍ୟା ହୋଇଗଲେ ଏବେ ଏବେ ଅନେକ ଏଟିଏମ୍‌ ମାନସିକ ବିକାରଗ୍ରସ୍ତଙ୍କ କବଜାରେ ରହୁଥିବା ଦେଖାଯାଉଛି । ଏନେଇ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ଥିଲେ ମଧ୍ୟ ଗ୍ରାହକ ମାନଙ୍କର କୌଣସି ପ୍ରକାର ବିରୋଧ ନଥିବା ଯୋଗୁଁ ବ୍ୟାଙ୍କ କର୍ତ୍ତୃପକ୍ଷ ନୀରବ ହୋଇରହୁଛନ୍ତି ।

- Advertisement -

ଅନେକ ସମୟରେ ଏଟିଏମ୍‌ ଭିତରେ କେତେକ ମଳତ୍ୟାଗ କରୁଥିବା ଯୋଗୁଁ ପ୍ରାୟ ଦିନେ ଦୁଇଦିନ ପର୍ଯ୍ୟନ୍ତ ଉକ୍ତ ଏଟିଏମ୍‌ ଭିତରକୁ କେହି ମଧ୍ୟ ପ୍ରବେଶ କରିପାରନ୍ତି ନାହିଁ । ବିଶେଷ କରି ମହିଳା ଗ୍ରାହକ ମାନେ ଟଙ୍କା ଉଠାଣ ପାଇଁ ଯିବା ବେଳେ ଭୟଭୀତ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଅନେକ ସ୍ଥାନରେ କିଛି ବ୍ୟକ୍ତିମାନେ ଟଙ୍କା କାଢିବାକୁ ଦେଉନାହାନ୍ତି । ଏପରିକି ପାଟିତୁଣ୍ଡ କରିବା ସହିତ ନାନା ପ୍ରକାର ଭୟଭୀତ କରାଉଥିବାର ମଧ୍ୟ ନିଜର ରହିଛି । ଏଭଳି ସ୍ଥଳେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସମୟରେ ଜିଲା ପ୍ରଶାସନ ଓ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ବୈଠକ ବସୁଥିବା ବେଳେ ଏଦିଗରେ କୌଣସି ପ୍ରକାର ଆଲୋଚନା କରାଯାଉନଥିବା ବେଳେ ଜିଲାପାଳ ଓ ଉଚ୍ଚ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସମଗ୍ର ଜିଲାରେ ଦାବି ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories