www.samajalive.in
Saturday, December 6, 2025
23.1 C
Bhubaneswar

ଏଠାରେ ପୂଜା ପାଏ ହନୁମାନଙ୍କର ଓଲଟା ପ୍ରତିମା

 

ସମସ୍ତ ମନ୍ଦିରମାନଙ୍କରେ ହନୁମାନଙ୍କର ଠିଆ ହୋଇଥିବା ପ୍ରତିମା ରହିଛି। ମାତ୍ର ମଧ୍ୟପ୍ରଦେଶରେ ଏକ ଗ୍ରାମରେ ଓଲଟା ହନୁମାନଙ୍କର ପ୍ରତିମା ରହିଛି।
ଓଲଟା ପ୍ରଭୁ ହନୁମାନଙ୍କର ଏହି ପ୍ରତିମା ଇନ୍ଦୋରର ସାନ୍‍ବରେ ନାମକ ସ୍ଥାନରେ ଅବସ୍ଥିତ। ମାନ୍ୟତା ରହିଛି ଏହି ମନ୍ଦିର ରାମାୟଣ ସମୟର ମନ୍ଦିର ଅଟେ। ଏଠାରେ ଓଲଟା ପ୍ରତିମା ଏବଂ ସିନ୍ଦୂରରେ ସାଜସଜ୍ଜା ହୋଇଥିବା ମୂର୍ତ୍ତି ରହିଛି। ଏଠାକୁ ଆସି ଭକ୍ତମାନେ ସମସ୍ତ ମାନସିକ ଚିନ୍ତାରୁ ମୁକ୍ତି ପାଇପାରନ୍ତି। ଭଗବାନ ହନୁମାନଙ୍କର ସମସ୍ତ ମନ୍ଦିରମାନଙ୍କରୁ ଏହି ମନ୍ଦିର ଭିନ୍ନ ଅଟେ।
ଏଠାକୁ ଆସି ଭକ୍ତମାନେ ଅତୁଟ ଭକ୍ତିରେ ଲୀନ ହୋଇଯାଆନ୍ତି।
ମାନ୍ୟତା ରହିଛି ରାମାୟଣ ସମୟରେ ଭଗବାନ ଶ୍ରୀରାମଙ୍କୁ ଅହିରାବଣ ଛଳରେ ଶୋଇଥିବା ସମୟରେ ଅପହରଣ କରି ପାତାଳଲୋକକୁ ନେଇ ଯାଇଥିଲା। ଏହି ସମୟରେ ପ୍ରଭୁ ହନୁମାନ ତାଙ୍କୁ ଠାବ କରିବା ସମୟରେ ପ୍ରଭୁଙ୍କର ମୁଣ୍ଡ ଉପରକୁ ଏବଂ ପାଦ ତଳକୁ ହୋଇଥିଲା। ତେଣୁ ଏହି କାରଣରୁ ଏଠାରେ ହନୁମାନଭ୍‍କର ଏଠାରେ ଓଲଟା ହନୁମାନଙ୍କର ପ୍ରତିମା ପୂଜା ପାଉଛି।
ବିଶ୍ୱାସ ରହିଛି ,ଯେକୌଣସି ବ୍ୟକ୍ତି ଏଠାରେ ୩ଟି ଅଥବା ୫ଟି ମଙ୍ଗଳବାର ଏଠାକୁ ଆସି ନିୟମିତ ଦର୍ଶନ କଲେ କଷ୍ଟ ଦୂର ହେବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।
ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ମା’ ସୀତା, ଲକ୍ଷ୍ମଣ, ଶିବପାର୍ବତୀଙ୍କର ପ୍ରତିମା ମଧ୍ୟ ରହିଛି। ମନ୍ଦିରରେ ବହୁ ପୁରୁଣା ୨ଟି ପାରିଜାତ ବୃକ୍ଷ ମଧ୍ୟ ରହିଛି। ଏହି ମନ୍ଦିରର ପ୍ରତିମାକୁ ଅତ୍ୟନ୍ତ ଚମତ୍କାରୀ ମଧ୍ୟ କୁହାଯାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories