www.samajalive.in
Monday, December 15, 2025
16.1 C
Bhubaneswar

ବେଣ୍ଟପଦାରେ ଚକ୍ଷୁ ଚିକିତ୍ସା ଶିବିର

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୁନେତ୍ର ଯୋଜନା ଅନ୍ତର୍ଗତ ଏକ ଭ୍ରାମ୍ୟମାଣ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବେଣ୍ଟପଦା ସରପଞ୍ଚ ଶ୍ରୀକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଏସସିବି ମେଡିକାଲ କଲେଜର ଚକ୍ଷୁ ବିଶେଷଜ୍ଞ ଡାକ୍ତର ରୋଜାଲିନ ପାତ୍ର ଯୋଗଦେଇ ପ୍ରାୟ ୬୮ଜଣ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ପରୀକ୍ଷା କରାଯାଇଥିବା ୬୮ଜଣଙ୍କ ମଧ୍ୟରୁ ୫୬ଜଣଙ୍କର ଆଖିରେ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କୁ ଯଥାଶୀଘ୍ର ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ରୂପ ମଲ୍ଲିକ, ଉପସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ପ୍ରିୟଙ୍କା ସାହୁ, ମହିଳା ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ଆଶାକର୍ମୀ ଅବନ୍ତି ବେହେରା ଓ ତିଳୋତ୍ତମା ସାହୁ ଏହି ଚକ୍ଷୁଶିବିର ପରିଚାଳନାରେ ସହଯୋଗ କରିଥିଲେ। ବେଣ୍ଟପଦା ଗ୍ରାମର ମୁରବୀ ସନ୍ତୋଷ କୁମାର ସେନାପତି, ପବିତ୍ର କୁମାର ସାହୁ, ଯୁବ ସ୍ୱେଚ୍ଛାସେବୀ ଜିତେନ୍ଦ୍ର ଓଝା ଓ ସାମ୍ବାଦିକ ମନୋରଞ୍ଜନ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories