www.samajalive.in
Sunday, December 14, 2025
19.1 C
Bhubaneswar

ବିନା ଅନୁମୋଦନରେ ପ୍ରକଳ୍ପ ସ୍ଥାନାନ୍ତରିତ, ଯନ୍ତ୍ରୀ ଅଭାବର ସୁଯୋଗ ନେଉଛନ୍ତି ଠିକାଦାର

ଦେଓଗାଁ: ଦୀର୍ଘ ଦିନ ହେଲା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହେଉ ନାହିଁ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେ‌ଷ ହୋଇଥିବା ପ୍ରକଳ୍ପର ଠିକ ଭାବେ ବିଲ ପଇଠ ହେଉ ନାହିଁ। ଏପରି ସ୍ଥିତିରେ ଦେଓଗାଁ ବ୍ଳକରେ କାମ ଚାଲିଥିବା ବେଳେ ବିନା ଅନୁମୋଦନରେ ପ୍ରକଳ୍ପ ସ୍ତାନାନ୍ତରିତ ହୋଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ଦାବୀ ମୁତାବକ ଅନୁଦାନ ଆସିଛି, କାମ ବିଳମ୍ବ ଯୋଗୁଁ ଲୋକମାନେ ବ୍ଳକ ପ୍ରଶାସନ ପାଖକୁ ବାରମ୍ବାର ଅଭିଯୋଗ କଲାବେଳେ ଏହି ପ୍ରକଳ୍ପ ଅନ୍ୟ ଏକ ପଞ୍ଚାୟତରେ ହୋଇଥିବା ଜଣାପଡ଼ିଛି। ଏପରି କି ଯେଉଁ ପଞ୍ଚାୟତରେ ଏହି କାମ କରାଯାଇଛି ସେଠାରେ ଏହି ଅନୁଦାନ ବିନିୟୋଗ କରିବା ପାଇଁ କୌଣସି ସରକାରୀ ଏପୃଭ‌ାଲ ହୋଇ ନ ଥିବା ଗୁରୁତର ବିଷୟ ଜଣାପଡ଼ିଛି। ଅନ୍ୟ ପକ୍ଷରେ ଦେଓଗାଁ ବ୍ଳକରେ ବାରମ୍ବାର ଯନ୍ତ୍ରୀ ଅଦଳ ବଦଳ ଓ ଯନ୍ତ୍ରୀ ସଂଖ୍ୟା ବହୁତ କମର ସୁଯୋଗ ଦେଇ ଅନ୍ୟମାନେ ଲାଭ ଉଠାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଖୋଦ ଦେଓଗାଁ ପଞ୍ଚାୟତର କଛାରପାଲି ମଦନପାଲି ପଡ଼ାରେ ବିଜୁ କେବିକେ ଯୋଜନାରେ ୫ଲକ୍ଷ ଟଙ୍କାରେ ସ୍ବୟଂ ସହାୟକ ଦଳର କୋଠା ନିର୍ମାଣ କରିବା ପାଇଁ ଅନୁଦାନ ଆସିଥିଲା। ଏହି କୋଠା ନିର୍ମାଣ କରିବା ପାଇଁ ଗାଁର ଭଦ୍ରବ୍ୟକ୍ତିମାନେ ବାରମ୍ବାର ବ୍ଳକକୁ ଦୌଡ଼ି ଥିଲେ, ହେଲେ ଜାଗା ଚିହ୍ନଟ ପରେ କାମ କରାଯିବା ବୋଲି ପ୍ରତିଶ୍ରୁତି ମିଳିଥିଲା। ଏବେ ଜଣାପଡ଼ିଛି ଯେ, ଏହି କାମ କୁଆଡ଼େ ଗାଈବାହାଲ ପଞ୍ଚାୟତର ଜୁର୍ଳାକାନୀ ଗାଁରେ ନିର୍ମାଣ କରାଯାଇଛି। ଜୁର୍ଲାକାନୀରେ କାମ କରିବା ପାଇଁ କୁଆଡ଼େ ଅନୁଦାନ ନାହିଁ କି ଏହି ଅନୁଦାନକୁ କରିବା ପାଇଁ ଏପୃଭାଲ ହୋଇ ନ ଥିବା ବେଳେ କିପରି କାମ ହେଲା ତାହାକୁ ନେଇ ଆଲୋଚନା ଜୋର ଧରୁଛି। ତୁରନ୍ତ ମଦନପାଲି ଗାଁରେ ଏହି ଏସଏଚଜି କୋଠା ନିର୍ମାଣ ନ କଲେ ଆନ୍ଦୋଳନ କରାଯିବ ବୋଲି ଗାଁର ମୁଖିଆ ମାନେ ଦାବୀ କରୁଛନ୍ତି। ଯଦି ବ୍ଳକର ସଦର ମହକୁମା ଗାଁର ଗୋଟିଏ ପଡ଼ା ପ୍ରତି ସରକାରୀ ଅବିଚାର ତାହା ହେଲେ ବାକି ଆଡ଼େ କିପରି ହେଉଥିବ ତାହା ସହଜରେ ଅନୁମେୟ। ଏ ସଂକ୍ରାନ୍ତିରେ ସହକାରୀ ଯନ୍ତ୍ରୀ ପ୍ରଭାତ ରଥଙ୍କୁ ପଚାରିଲେ କିଏ କରିଛି କିପରି କରିଛି ତାହା ତଦନ୍ତି ଚାଲିଛି ବୋଲି। ମଦନପାଲିରେ କାମ ଆରମ୍ଭ କରାଯିବ ଓ ଯଦି ବେଆଇନ ଭାବେ ଜୁର୍ଲାକାନିରେ କାମ କରାଯାଇଛି ତାହା ହେଲେ ଟଙ୍କା ପଇଠ କରାଯିବ ନାହିଁ ବୋଲି କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories