ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା ବଜାର ମୁଖ୍ୟାଳୟ ସାଧୁପଡାର ଜବନ୍ତ ମାହାନ୍ତଙ୍କ ନବନିର୍ମିତ ଗୃହ ନିକଟରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାଟଣା ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପାଟଣା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ ମୃତ ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି।
Popular Categories



