ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଘଟଗାଁ ବ୍ଲକ ଅନ୍ତର୍ଗତ ମଣତା, ମୂର୍ଗାପାହାଡ଼ି, ରୁଟିଶିଳା ଓ ଝାରବେଡା ଗ୍ରାମରେ ଚଢ଼ାଉ କରାଯାଇ ମହୁଲି ମଦ ସହ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ମୋଟ ୧୦୦ଲିଟର ଚୋରା ମଦ ଜବତ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଥାନା ଅଧିକାରୀ ଗୋକୁଳ ଧର, ଏଏସଆଇ ରଞ୍ଜନ ସାହୁ, ବଳଭଦ୍ର ରାଉତ,ଯତୀନ୍ଦ୍ର ମହାନ୍ତ ଓ ରେବତୀ ସାହୁ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।
Popular Categories



