www.samajalive.in
Saturday, December 6, 2025
15.1 C
Bhubaneswar

ମହୁମାଛି ଆକ୍ରମଣରେ ୮ ଆହତ; ଜଣେ ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା-ଉର୍ଲ୍ଲେ ଛକ ମଝିରେ ପଡ଼ୁଥିବା ଚୌକିଯୋର ବ୍ରିଜ ନିକଟରେ ବସାବାନ୍ଧି ରହୁଥିବା ଦଳେ ମହୁମାଛି ଗୁରୁବାର ସକାଳୁ ରାସ୍ତା ଉପରକୁ ଉଡ଼ି ଆସି ବହୁ ଲୋକଙ୍କୁ ଆକ୍ରମଣ କରିଥିବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି। ଏହି ଘଟଣାରେ ରାସ୍ତାରେ ଯାଉଥିବା ବିଭିନ୍ନ ଗ୍ରାମର ୯ ଜଣ ବ୍ୟକ୍ତି ଆଜି ସକାଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମହୁମାଛିଙ୍କ ବସା ସେଠାରେ ହଠାତ ଭୁଷୁଡି ପଡିବାରୁ ହଜାର ହଜାର ସଂଖ୍ୟାରେ ମହୁମାଛି ରାସ୍ତା ଉପରକୁ ଉଡ଼ି ଆସି ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ଫଳରେ ଏପରି ସ୍ଥିତିରେ ଘଟଣାସ୍ଥଳରେ ଅଞ୍ଚଳର ପରିଚିତ ୫ ଜଣ ପୁରୁଷ ଓ ମହିଳା ଆହତ ହୋଇଥିବା ବେଳେ ଏହି ଘଟଣାରେ ଅନ୍ୟାନ୍ୟ ଅଞ୍ଚଳର ୪ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତିମାନେ ହେଲେ ଶଙ୍କରା ଗ୍ରାମର ରମେଶ ବାଘ(୪୨), ଏହି ଅଞ୍ଚଳର ଭୂମି ପଧାନ(୭୦), ବାସୁଦେବ ପ୍ରଧାନ (୩୮), ଚରଦା ଗ୍ରାମର ମହେନ୍ଦ୍ର ଥନାପତି (୪୫) ଓ ଶୁଭାଜ୍ୟୋତି ପଣ୍ଡା (୨୦)। ଏମାନଙ୍କ ବ୍ୟତୀତ ସେହି ସମୟରେ ରାସ୍ତାରେ ଯାଉଥିବା ବିଭିନ୍ନ ସ୍ଥାନର ୪ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏଭଳି ଭାବରେ ସକାଳେ ଚରଦା ଚୌକିଯୋର ବ୍ରିଜରେ ଆଜି ବିଭିନ୍ନ ଅଞ୍ଚଳର ୯ ଜଣ ପୁରୁଷ ଓ ମହିଳା ଆହତ ହେବାପରେ ସମସ୍ତେ ବିନିକା ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଶଙ୍କରା ଗ୍ରାମର ରମେଶ ବାଘ ଅଧିକ ସୁସ୍ଥତା ହେବା କାରଣରୁ ତାଙ୍କୁ ଡାକ୍ତର ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ନେଇ ବିନିକା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories