www.samajalive.in
Friday, December 5, 2025
26.1 C
Bhubaneswar

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ସହକାରୀ ପରିଚାଳକ ଦିଲିପ ପ୍ରଜାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. ବିକାଶ ପ୍ରହରାଜ, ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳକ ଅମରକୁମାର ମହାନ୍ତି, ମେଡିକାଲ ଅଫିସର ଡା. ପ୍ରଶାନ୍ତ ପରମାଣିକ, ଶଲ୍ୟଚିକିତ୍ସା ବିଶେଷଜ୍ଞ ଡା. ଇନ୍ଦ୍ରଜିତ ପାଢୀ, ଡା. ଜୟଶ୍ରୀକେତନ ମହାପାତ୍ର, ବେଦାନ୍ତ ଲିମିଟେଡ ବାହ୍ୟ ସଂପର୍କ ବିଭାଗର ଦାମୋଦର ନାୟକ ପ୍ରମୁଖ ରୋଗୀ ଚିକିତ୍ସା, ପରାମର୍ଶ ସହିତ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ନାଏବ ସରପଞ୍ଚ ପବିତ୍ର ବିଭାର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ପାହାଡପଦର ସମିତିସଭ୍ୟ ଜଗଦୀଶ ବେନିଆଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୀଷ୍ମ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ଅଞ୍ଚଳର ୪୦୭ଜଣ ଲୋକେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା, ପରାମର୍ଶ ସେବା ସହିତ ଔଷଧ ଗ୍ରହଣ କରିଥିଲେ । ଶିବିର ପରିଚାଳନାରେ କମ୍ୟୁନିଟି ମ୍ୟାନେଜର ଅଶୋକ ଖୋରାଙ୍କ ସମେତ ବେଦାନ୍ତ ହସ୍ପିଟାଲର ସମସ୍ତ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories