www.samajalive.in
Saturday, December 13, 2025
26.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା- ବଦଳିଲେ ନବରଙ୍ଗପୁର ଅତିରିକ୍ତ ଏସପି

ନବରଙ୍ଗପୁର : ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଛି ।ଏସମ୍ପର୍କରେ ରେ ପୁଲିସ ମହାନିର୍ଦ୍ଦେଶକ ଏସ. କେ. ବଂଶଲ ଚିଠି ନମ୍ବର- ୨୧୮୧ ତା ୨୧.୯.୨୧ ରେ ଶ୍ରୀ ବେହେରା ଙ୍କୁ କଟକ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ ପି ( କମୁନିକେସନ) ଭାବେ ବଦଳି କରିଛନ୍ତି ।

 

- Advertisement -

ସୂଚନ। ଯୋଗ୍ୟଯେ, ଶ୍ରୀ ବେହେରା ପ।ପଡାହାଣ୍ଡି ଥାନାରେ ତିନିଜଣ ସାମ୍ବାଦିକଙ୍କୁ ମାଡ଼ ମାରି ଆକ୍ରମଣ କରିଥିଲେ ।ଏହାକୁ ନେଇ ଜିଲା ସାମ୍ବାଦିକ ସଂଘ ଓଜେୟୁ ଏବଂ ଓୟୁଜେ ପକ୍ଷରୁ ତୁରନ୍ତ ବଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଜିଲାପାଳ ଙ୍କର ଜରିଆରେ ଦାବିପତ୍ର ଦିଆଯାଇଥିଲା । ଜିଲା ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ସାମ୍ବାଦିକସମ୍ମିଳନୀ କରି ନିନ୍ଦା କରିବା ସହ ବହିଷ୍କାର ଦାବି କରାଯାଇଥିଲା । ତେବେ ପୁଲିସ ମହାନିର୍ଦ୍ଦେଶକ କେବଳ ବଦଳି କରିଥିବାବେଳେ ମାଡ଼ ମ।ରିଥିବ।ନେଇ କୌଣସି ପଦକ୍ଷେପ ନେଇଁନଥିବା ଜଣାପଡିଛି ।

ପୂର୍ବରୁ ମଧ୍ୟ ଉମରକୋଟ ରେ ଲାଠି ଚାର୍ଜ କରି ଶ୍ରୀ ବେହେରା ବିବାଦ ରେ ଥିଲେ । ତେବେ ଏସପି ଛୁଟିରେ ଥିବାବେଳେ ଦୁଇଟି କାଣ୍ଡ କରି ଅତିରିକ୍ତ ଏସପି ଶ୍ରୀ ବେହେରା ଲୋକଙ୍କର ଆସ୍ଥା ହରାଇଥିଲେ । ତାଙ୍କର ବଦଳି ନେଇ ଜିଲା ର ସାମ୍ବାଦିକ ମହଲରେ ଖୁସି ପ୍ରକାଶ ପାଇଛି ।ତେବେ ଆଇନ କୁ ହାତକୁ ନେଇଥିବାରୁ ଏଥିପ୍ରତି ପଦକ୍ଷେପ ନେବାକୁ ଦାବୀ ହୋଇଛି । ବାଙ୍କ ବିହାରୀ ବିଷୋୟୀ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories