ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖୀରେଇଟାଙ୍ଗିରୀ କ୍ଷେତ୍ର ଅନ୍ତର୍ଗତ ବରୁଡି ପଶି ଜଙ୍ଗଲରେ ବୋମା ଫୁଟାଇ ବାରହା ଶିକାର କରିବା ଅଭିଯୋଗରେ ପାଟଣା ଜଙ୍ଗଲ ବିଭାଗ ପକ୍ଷରୁ ଆଜି ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ୪ ଜଣ ହେଲେ ବରୁଡିପଶିର ରୂପେଶ୍ବର ନାଏକ(୨୭), ଘନଶ୍ୟାମ ନାଏକ (୪୬), ପଦ୍ମପୁର ର ତ୍ରିନାଥ ମୁଣ୍ଡା (୫୦), ପଦ୍ମକେଶରୀ ପୁରର ମଙ୍ଗଳୁ ଚରଣ ନାଏକ (୪୦) ବୋଲି ଜଣାପଡିଛି। ଗତ ଶନିବାର ସକାଳେ ଏମାନେ ବରୁଡିପଶି ଜଙ୍ଗଲରେ ବୋମା ବିସ୍ଫୋରଣରେ ଗୋଟିଏ ବାରହାର କୁ ମାରି ଏହାର ମାଂସ ବିକ୍ରି କରିଥିଲେ। ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ଘାଷିନାଥ ପାତ୍ର, ଖୀରେଇଟାଙ୍ଗିରୀ ବନପାଳ ବନପାଳ ସୁନିତା ବାଘଲେ, ବନରକ୍ଷୀ ଲକ୍ଷ୍ମୀ ମହାନ୍ତ ଘଟଣାର ତଦନ୍ତ କରି ଏହି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
Popular Categories



