ପାଟଣା:ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ ଆଜିଠାରୁ କୃଷକ ସଚେତନତା ରଥ ବ୍ଲକ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି। ଗୋଷ୍ଠୀ କୃଷି ଅଧିକାରୀ କୃପାସିନ୍ଧୁ ସାହୁ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ପାଟଣା ସହାକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ତୁରୁମୁଙ୍ଗା ସହାକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ, ଏ ଟି ଏମ ଗଙ୍ଗାଧର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ଏହି ରଥ ପାଟଣା ବ୍ଲକ ଅଞ୍ଚଳ ପରିକ୍ରମାରେ ଯାଇ କୃଷକ ଓଡ଼ିଶାରେ ଚାଷୀ ପଞ୍ଜିକରଣ କାର୍ଯ୍ୟ ଅକ୍ଟୋବର ୩୧ ସୁଦ୍ଧା କରାଇବା ପ୍ରଧାନମନ୍ତ୍ରୀ କିସାନ ଯୋଜନା, କୃଷକ ଓଡ଼ିଶାରେ ଜମିଜମା ତଥ୍ୟ ଦେବା ଆଦି ସମ୍ପର୍କରେ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି।
Popular Categories



