ପାଟଣା: ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ତୁରୁମୁଙ୍ଗା ଥାନା ଅଞ୍ଚଳରେ ଅବକାରୀ ଚଢାଉ ସମୟରେ ମୋଟ ୨୪ ଲିଟର ମହୁଲି ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ପାଟଣା ଅବକାରୀ ଥାନାଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢାଉ ସମୟରେ ନୂଆଗାଁର ଚାନ୍ଦମଣୀ ମୁଣ୍ଡାଙ୍କ ଠାରୁ ୧୫ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ମାନପୁରର ଗୀତାଞ୍ଜଳୀ ନାଏକଙ୍କ ଠାରୁ ୯ ଲିଟର ମହୁଲି ମଦ ଜବତ କରାଯାଇଛି। ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଘଟଗାଁ ପୁଲିସ ପକ୍ଷରୁ ଆଜି ପାଟଣା ବ୍ଲକ ଅଞ୍ଚଳର ପଲାଣଘାଟି ପଞ୍ଚାୟତ ଜାମୁଳିବେଡା ଅଞ୍ଚଳରେ ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି।
Popular Categories



