www.samajalive.in
Sunday, December 14, 2025
14.1 C
Bhubaneswar

ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ ତାର, ୩ଶିଶୁଙ୍କ ସମେତ ୭ ଆହତ

ଢେଙ୍କାନାଳ ସଦର:ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମରେ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ୨ଟି ପରିବାରର ତିନି ଜଣ ଶିଶୁଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |
ବିଦ୍ୟୁତ କରେଣ୍ଟରେ ପୋଡ଼ିଯାଇଛି ପ୍ରାୟ ୧୫ଟି ପରିବାର ଟିଭି ପ୍ରିଜ ଓ ଅନ୍ୟାନ୍ୟ ଇଲୋଟ୍ରୋନିକ ସାମଗ୍ରୀ ନଷ୍ଟ ହୋଇଯାଇଛି। ମରାମତି ପାଇଁ ଯାଇଥିବା ଟାଟା ପାୱାରର ଗାଡି ସହ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିବାରୁ ଗ୍ରାମରେ ଚାପା ଉତ୍ତ୍ୱେଜନା ଦେଖାଦେଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟୁତ ସରବରାହ ଓ ବଣ୍ଟନ କୁ ଠିକା ଭାବେ ନେଇଥିବା ଟାଟା ପାୱାର କମ୍ପାନୀର ଅବହେଳା ଓ ଲାଭଖୋର ମନ ବୃତିରୁ ଛିଣ୍ଡି ପଡିଛି ୧୧କେଭି ବିଦ୍ୟୁତ ତାର। ବିଦ୍ୟୁତ ତାର ତଳେ ପଡିଯିବାରୁ ପାଳ ଗଦା ନିଆଁରେ ଜଳିଯିବା ସହିତ ଗାଁର ପ୍ରାୟ ୧୫ରୁ ଅଧିକ ପରିବାରଙ୍କର ବିଦ୍ୟୁତ ସର୍ଟ ସର୍କିଟରେ ଟିଭି, ପ୍ରିଜ, ୱାସିଂ ମେସିନ ଆଦି ଇଲେକ୍ଟ୍ରୋନିକ ସାମଗ୍ରୀ ପୋଡି ଯାଇଛି।

 

- Advertisement -

ଅପରପକ୍ଷରେ ବିଦ୍ୟୁତ କରେଣ୍ଟରେ ଗାଁରେ ସରୋଜ ବେହେରା ଓ କୁକୁମ ବେହେରାଙ୍କ ପରିବାରର ତିନି ଜଣ ଶିଶୁଙ୍କ ସମେତ ୭ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଆହତ ମାନେ ବିପଦ ମୁକ୍ତ ଥିବା ଜଣାପଡିଛି। ଏହି ବିଦ୍ୟୁତ ଦୁର୍ଘଟଣାରେ ଗ୍ରାମବାସୀଙ୍କର ଅନ୍ୟୁନ ୨୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି। ତେବେ ଏହି ଗ୍ରାମରେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ଏହି ଦୁର୍ଘଟଣା ପରେ ବିଦ୍ୟୁତ ତାର ମରାମତି ପାଇଁ ଯାଇଥିବା ଟାଟା ପାୱାର କମ୍ପାନୀର ଏକ ଗାଡି ସମେତ ୫ଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝା ସୁଝା କରିଥିଲେ। ତେବେ ଏହି ୧୧କେଭି ବିଦ୍ୟୁତ ତାର ସମ୍ପୂର୍ଣ୍ଣ ଉଠାଇବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ତେବେ ସଦର ପୁଲିସ ଉପସ୍ଥିତିରେ ଏହାକୁ ସମ୍ପୂର୍ଣ୍ଣ ବଦଳାଇ ନୂଆ ତାର ଟାଣିବାକୁ ପ୍ରତିଶୃତି ମିଳିବାରୁ ଗ୍ରାମରେ ଉତ୍ତ୍ୱେଜନା ଥମିଥିବା ଜଣାପଡିଛି।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories