www.samajalive.in
Sunday, December 14, 2025
14.1 C
Bhubaneswar

ପାଣି ପାଇଁ ରାସ୍ତା ଅବରୋଧ

ଫୁଲବାଣୀ:ଫୁଲବାଣି ପୌର ପରିଷଦର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଶଗଡିଆ ସାହିରେ ଆଜି ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳକୁ ଦୀର୍ଘ ୮ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଏହାର ପ୍ରତିବାଦରେ ସାହିର ମହିଳାମାନେ ହାଣ୍ଡି ଡେକଚି ଧରି ରାଜରାସ୍ତାକୁ ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି। ମହିଳାମାନଙ୍କ କହିବା ଅନୁଯାୟୀ ୬ ମାସ ହେଲା ଦୁଇ ଚାରି ଦିନରେ ଥରେ ପାଣି ଆସୁଥିଲା। ବାରମ୍ବାର ଅଭିଯୋଗ କରି କିଛି ଫଳ ମିଳିଲାନି। ଅପରପକ୍ଷରେ ଆଜିକୁ ୮ ଦିନ ହେଲା ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ଖବର ଶୁଣି ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ତେବେ ପାଣି ଦେଲେ ଆମେ ଉଠିବୁ ବୋଲି ଲୋକେ କହିଥିଲେ। ଶେଷରେ ବିଭାଗୀୟ ଅଧିକାରୀ ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ଉଠିଥିଲେ।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories