www.samajalive.in
Saturday, December 6, 2025
19.1 C
Bhubaneswar

ପୃଥ୍ୱୀଙ୍କ ବୟସରେ ଆମେ ତାଙ୍କ ୧୦ ପ୍ରତିଶତ ନଥିଲୁ : କୋହଲି

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ରେ ୧୮ ବର୍ଷ ବୟସ୍କ ପୃଥ୍ୱୀଙ୍କ ବ୍ୟାଟିଂ ପ୍ରଦର୍ଶନ ଦେଖି ତାଙ୍କୁ ବେଶ୍‍ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ୨-୦ରେ ଟେଷ୍ଟ ସିରିଜ୍‍ ଜିତିଥିବା କୋହଲି ଦଳର ଦୁଇ ସର୍ବକନିଷ୍ଠ ଖେଳାଳି ୧୮ ବର୍ଷ ବୟସ୍କ ପୃଥ୍ୱୀ ସ’ ଓ ୨୦ ବର୍ଷ ବୟସ୍କ ଋଷଭ ପନ୍ତ୍‍ଙ୍କ ପ୍ରଦର୍ଶନରେ ବେଶ୍‍ ପ୍ରଭାବିତ ହୋଇଛନ୍ତି।
ଉଭୟ ପୃଥ୍ୱୀ ସ’ ଓ ଋଷଭ ପନ୍ତ୍‍ଙ୍କୁ ପ୍ରଶଂସାକରି କୋହଲି କହିଛନ୍ତି, ଏହି ଯୁବ ଖେଳାଳିଙ୍କୁ ଆମେ ବେଶ୍‍ ସ୍ୱାଧୀନତାରେ ବ୍ୟାଟିଂକରିବା ଦେଖୁଛୁ। ପୃଥ୍ୱୀ ଅତ୍ୟନ୍ତ ଚମତ୍କାର ଖେଳିଥିଲେ ଏବଂ ଋଷଭ ନିର୍ଭୟ ବ୍ୟାଟିଂ କରିଥିଲେ। ତେବେ ସେମାନଙ୍କୁ କିଛି ଦିଗରେ ଉନ୍ନତି କରିବାକୁ ପଡ଼ିବ; ଯାହା ସେମାନଙ୍କୁ ଉଚିତ ସମୟରେ କୁହାଯିବ। ତେବେ ମୋଟ ଉପରେ କହିବି ପୃଥ୍ୱୀ ଓ ଋଷଭ ବହୁତ ଭଲ ବ୍ୟାଟ୍‍ସମ୍ୟାନ। ଏହା ସତ ଯେ ଭାରତୀୟ ବାତାବରଣ ଉଭୟଙ୍କୁ ସେପରି ଆହ୍ୱାନ ଦେଇନଥିଲା; ଯାହାର ସମ୍ମୁଖୀନ ସେମାନଙ୍କୁ ଭବିଷ୍ୟତରେ କରିବାକୁ ପଡ଼ିପାରେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତ୍ମବିଶ୍ୱାସ ଯେ ତୁମେ ଟେଷ୍ଟ କ୍ରିକେଟ୍‍ରେ ରନ୍‍ ସ୍କୋର୍‍ କରିପାରିବ। ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ରେ ଶତକ ମାରିବା ସହ ସିରିଜ୍‍ରେ ସର୍ବାଧିକ ରନ୍‍ ସ୍କୋର୍‍କରି ପ୍ଲେୟର ଅଫ୍‍ ଦି ସିରିଜ୍‍ ହୋଇଥିବା ପୃଥ୍ୱୀଙ୍କ ବ୍ୟାଟିଂକୁ ବେଶ୍‍ ପ୍ରଶଂସା କରିଛନ୍ତି କୋହଲି। ତାଙ୍କ ଅନୁସାରେ, ଟେଷ୍ଟମ୍ୟାଚ୍‍ରେ ତୁମେ ଯେପରି ପ୍ରାରମ୍ଭ ଆଶା କରିଥାଅ; ପୃଥ୍ୱୀ ସେହିପରି ପ୍ରାରମ୍ଭ ଦେଇଛନ୍ତି। ଏହା ପୁଣି ତାଙ୍କର ପ୍ରଥମ ଟେଷ୍ଟ ସିରିଜ୍‍ ହୋଇଥିବାରୁ ତାଙ୍କ ପ୍ରଦର୍ଶନ ଆହୁରି ସ୍ୱତନ୍ତ୍ର। ଆମକୁ ୧୮, ୧୯ ବର୍ଷ ବୟସ ହୋଇଥିବା ବେଳେ ଆମେ ପୃଥ୍ୱୀଙ୍କ ୧୦ ପ୍ରତିଶତ ବ୍ୟାଟିଂ ମଧ୍ୟ କରି ପାରୁନଥିଲୁ। ପୃଥ୍ୱୀ ଏପରି ଜଣେ ବ୍ୟାଟ୍‍ସମ୍ୟାନ୍‍; ଯିଏ ନିର୍ଭୟ ହୋଇ ବ୍ୟାଟିଂ କରିଥାଆନ୍ତି; ସେପରି ବ୍ୟାଟ୍‍ସମ୍ୟାନ୍‍ ଦଳରେ ରହିବା ଯୋଗୁଁ ଫାଇଦା ମିଳିଥାଏ। ତେବେ ସେ ବେପରୁଆ ବ୍ୟାଟିଂ କରୁନାହାନ୍ତି। ତାଙ୍କ ବ୍ୟାଟିଂକୁ ନେଇ ପୃଥ୍ୱୀ ବହୁତ ଆତ୍ମବିଶ୍ୱାସୀ ଅଛନ୍ତି। ତୁମକୁ ଲାଗିବ ଯେ ୱିକେଟ ପଛକୁ ସେ କ୍ୟାଚ୍‍ ଦେବେ; ହେଲେ ତାହା ହୋଇନଥିଲା। ଇଂଲଣ୍ଡରେ ମଧ୍ୟ ନେଟ୍‍ସରେ ବ୍ୟାଟିଂ କରୁଥିବା ବେଳେ ପୃଥ୍ୱୀ ଆକ୍ରମଣାତ୍ମକ କ୍ରିକେଟ ଖେଳୁଥିଲେ ହେଁ ନିୟନ୍ତ୍ରଣରେ ଥିଲେ। ନୂଆ ବଲ୍‍ ବିପକ୍ଷରେ ନିଜକୁ ନିୟନ୍ତ୍ରଣରେ ରଖି ବ୍ୟାଟିଂକରିବା ବହୁତ ବଡ଼ କଥା। ଦିନକ ତଳେ ପୃଥ୍ୱୀ କ୍ରିକେଟ ଦୁନିଆର ୩ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ବ୍ରାୟାନ୍‍ ଲାରାଙ୍କ ସମନ୍ୱୟ ବୋଲି ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories