କାଦୁଅ ଓ ମାଟିରେ କରାଯାଉଥିବା ଚିକିତ୍ସା -ମଡ୍‌ ପ୍ୟାକ୍‌ ଚିକିତ୍ସା

ଝରଣା, ହ୍ରଦ ଓ ଗଭୀର ସମୁଦ୍ର ମାଟିକୁ ସଂଗ୍ରହ କରାଯାଇ ମଡ୍ ପ୍ୟାକ୍‌ ପ୍ରସ୍ତୁତ କରାଯାଏ। ଏହି ମାଟିରେ ଅନ୍ୟାନ୍ୟ ତତ୍ତ୍ବକୁ ମଧ୍ୟ ମିଶାଯାଏ। ଅନେକ ବର୍ଷ ପୂର୍ବେ ବଇଦମାନେ କାଦୁଆ ମାଟିରେ ଚିକିତ୍ସା କରୁଥିଲେ। ଚିକିଟା, କାଦୁଆ ମାଟିକୁ କଦଳୀ ପତ୍ରରେ ରଖି ଆଣ୍ଠୁଗଣ୍ଠିରେ ବାନ୍ଧୁଥିଲେ। ଯନ୍ତ୍ରଣାରୁ ଉପଶମ ମିଳୁଥିଲା।
ଆଜି ଅନେକ ବର୍ଷ ପରେ ସେହି ଉପାୟରେ ପୁଣି ଚିକିତ୍ସା ଚାଲିଛି। କାଦୁଆ ମାଟିର ପୁରୁଣା ଚିକିତ୍ସା ଏବେ ନୂଆ ନାମ ‘ମଡ୍ ପ୍ୟାକ୍’ ପାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ମାଟି ସଂଗ୍ରହ କରାଯାଇ ସେସବୁକୁ ବିଦେଶ ପଠାଯାଉଛି। ଆମ ଭାରତୀୟ ମାଟିର ଚାହିଦା ବିଦେଶରେ ଖୁବ୍ ଅଧିକ।
u ମଡ୍ ପ୍ୟାକ୍ ଚିକିତ୍ସାରେ ଚିକିଟା ମାଟିକୁ ୪୫-୪୭ ଡିଗ୍ରୀରେ ରଖାଯାଏ। ଉଷୁମ ଥିବା ଅବସ୍ଥାରେ ମାଟିକୁ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ଅଣ୍ଟାରେ କିମ୍ବା ଆଣ୍ଠୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖି ଚିକିତ୍ସା ଚାଲେ।
u ମାଟିରେ ଚିକିତ୍ସା​‌ ହେବା ସହ ଯୁବତୀ, ମହିଳାମାନେ ରୂପଚର୍ଯ୍ୟା ମଧ୍ୟ କରୁଛନ୍ତି। ମାନସିକ ଚାପ ବଢ଼ୁଥିବା ରୋଗୀଙ୍କ ଉପରେ ଏହି ମଡ୍ ପ୍ୟାକ୍ ଚିକିତ୍ସା କରାଯାଇଥିଲା। ସେମାନଙ୍କ ପୂରା ଶରୀରରେ ମାଟି ଲେପ ଲଗାଯାଇ ମାଲିସ୍ କରାଗଲା। ମାଟି ବାସ୍ନାରେ ମାନସିକ ଚାପ କମ୍ ହୋଇଥିବା ରୋଗୀମାନେ କହିଥିଲେ।

Comments are closed.