www.samajalive.in
Sunday, December 7, 2025
23.1 C
Bhubaneswar

ଏହି ସରଳ ଉପାୟରେ କେଶ ହେବ ରେଶମୀ

ପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ।
ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢନ୍ତୁ। ତାହାକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ।
୩୦ ମିନିଟ ପରେ ସାମାନ୍ୟ ଉଷୁମ ପାଣିରେ କେଶକୁ ଧୋଇ ପୁଣି ଭଲ ଭାବେ ସାମ୍ପୁ କରି ଦିଅନ୍ତୁ।
ଏପରି ସପ୍ତାହକୁ ୨ ଥର ଲଗାନ୍ତୁ। ଆପଣ ନିଜେ ଅନୁଭବ କରିବେ ଏହା କେଶକୁ ରେଶମୀ, ନରମ କରିବା ସହ କୌଣସି କ୍ଷତି କରିନଥାଏ।
ନିୟମିତ ପେସ୍ତାବାଦାମ ଓ କାଜୁ ଖାଇଲେ କେଶର ଘନତ୍ବ ବଢ଼ୁଥିବାବେଳେ ଏସବୁକୁ ବାଟି କେଶରେ ପ୍ୟାକ୍ ଭଳି ମଧ୍ୟ ଲଗାଇବା ଭଲ। ପେସ୍ତାବାଦାମରେ ଥିବା ପୋଷକତତ୍ତ୍ବ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ଯୋଗାଇବା ସହ କେଶ ପାଇଁ ଔଷଧ ଭଳି କାମ କରେ।
ପେସ୍ତାବାଦାମ ମାସ୍କ ପାଇଁ ଆବଶ୍ୟକ ସାମଗ୍ରୀ: ଅଧ କପ୍ ଖିର, ୧ବଡ଼ ଚାମଚ ପେସ୍ତାବାଦାମ ତେଲ, ଅଧ କପ୍ ଉଷୁମ ପାଣି, ୨ଚାମଚ ପେସ୍ତାବାଦାମ ଗୁଣ୍ଡ। ଏକ ପାତ୍ର ନେଇ ସମସ୍ତ ସାମଗ୍ରୀକୁ ମିଶାଇ ପ୍ୟାକ୍ ତିଆରି କରି କେଶମୂଳରେ ଲଗାଇ ୨୦-୩୦ ମିିନିଟ୍ ଲଗାଇ ରଖନ୍ତୁ। ପରେ ଶ୍ୟାମ୍ପୁ କରିନେବେ।
ଦହିରେ ପେସ୍ତାବାଦାମ ଗୁଣ୍ଡ ମିଶାଇ ତାହା ମଧ୍ୟ କେଶରେ ପ୍ୟାକ୍ ଭଳି ଲଗାଇଲେ ଲାଭ ମିଳେ। କେଶ ଅତ୍ୟଧିକ ଝଡ଼ୁଥିଲେ, ଏଇ ଉପାୟ ଆପଣାଇଲେ ୧ ମାସ ମଧ୍ୟରେ ଘନତ୍ବ ବଢ଼ିଥାଏ।
ଦୁର୍ବଳ ତଥା ପତଳା କେଶ ନିମନ୍ତେ ପେସ୍ତାବାଦାମ ପ୍ୟାକ୍ ଲଗାଇବା ଜରୁରୀ। କେଶରେ ସଂକ୍ରମଣ ହୋଇଥିଲେ, ସପ୍ତାହରେ ୨ଥର ଏହି ପେସ୍ତାବାଦାମ ପ୍ୟାକ୍ ଲଗାଇବା ଭଲ।
କେଶକୁ କଣ୍ଡିସନିଂ କରିବା ପାଇଁ ପେସ୍ତାବାଦାମ ପ୍ୟାକ୍ ସପ୍ତାହରେ ୨-୩ଥର ଶାମ୍ପୂ ପରେ ଲଗାଇଲେ କେଶକୁ ଉତ୍ତମ ଖୋରାକ୍ ମିଳୁଥିବାର ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତ।
ପେସ୍ତାବାଦାମ ପ୍ୟାକ୍ କେଶକୁ ମଏଶ୍ଚରାଇଜ୍ କରିବା ସହ ରୁପି ସମସ୍ୟା ଦୂର କରିଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories