www.samajalive.in
Wednesday, December 10, 2025
16.1 C
Bhubaneswar

ଚୋରି ମୋବାଇଲ ଜବତ ; ୩ ଗିରଫ

ଚୌଦ୍ୱାର : ବିଭିନ୍ନ ସ୍ଥାନରୁ ନାମିଦାମି କମ୍ପାନୀର ମୋବାଇଲ ଚୋରିକରି ଆଣି ଲୋକ ମାନଙ୍କୁ କମ୍ ଦାମରେ ବିକ୍ରି କରୁଥିବା ଏକ ଦଳର ୩ଜଣଙ୍କୁ ଚୌଦ୍ୱାର ପୁଲିସ୍ ଗିରଫ କରିଛି । ସେମାନଙ୍କ ନିକଟରୁ ବିଭିନ୍ନ ମଡ଼େଲର ୫୮ଟି ଚୋରି ମୋବାଇଲ ଫୋନ୍, ୪ଟି ମଟର ସାଇକେଲ, ନକଲିି କମ୍ପାନୀ ନାମଥିବା ଏକ ବିଲ ବହି,ଗ୍ୟାରେଣ୍ଟି ସିଲ ଆଦି ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ରାଜ୍ୟର ୱାସିମ୍ ଜିଲା, କରଞ୍ଜା ଥାନା, ଜୟପୁର କରଞ୍ଜକଜା ଲାଡ଼ ଅଞ୍ଚଳର ବିଜୟ ଉତ୍ତମ ଜାଢ଼ୋ(୩୫), ଲଖନ୍ ଉକାଣ୍ଡା ମୋହିତେ(୨୫) ଓ ଉଖାଣ୍ଡା ଛଟ୍ଟ୍ରୁ ମୋହିତେ(୫୦) । ସେମାନଙ୍କ ନିକଟରୁ ଜବତ କରାଯାଇଥିବା ମୋଟର ସାଇକେଲ ଗୁଡ଼ିକରେ ମହାରାଷ୍ଟ୍ର ରେଜିଷ୍ଟ୍ରେସନ୍ ନମ୍ବର ରହିଥିବାବେଳେ ଗୋଟିଏ ନମ୍ବର ବିହୀନ ବାଇକ୍ ରହିଛି ।
ପୁଲିସ ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମ ତାରିଣୀ ମନ୍ଦିର ନିକଟରେ ଗତ କିଛିଦିନ ହେବ ତମ୍ବୁ ଟାଣି ରହୁଥିବା ଏକ ଯାଯାବର ଦଳ ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କୁ ମୋବାଇଲ ଫୋନ୍ କମ୍ ଦାମରେ ବିକ୍ରି କରୁଥିବା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଖବର ପାଇ ଏସ୍ ଆଇ ମାନସ କୁମାର ମହାରଣା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଯାଯାବରଙ୍କୁ କାବୁ କରି ନେଇଥିବା ବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା କରିବାରେ ସେମାନେ ବାହାର ରାଜ୍ୟ ଗୁଡ଼ିକରୁ ମୋବାଇଲ ଫୋନ୍ ଚୋରି କରି ଆଣି ସେସବୁର ନୂଆ ପ୍ୟକେଟ କରିବା ସହିତ ନକଲି ବିଲ୍ ପ୍ରସ୍ତୁତ କରି ଲୋକ ମାନଙ୍କୁ ବିକ୍ରି କରୁଥିବା ସ୍ୱିକାର କରିଥିଲେ । ଏଥି ସହିତ ଫୋନ୍ ଗୁଡ଼ିକରେ ଏକ ବର୍ଷର ଜାଲ ଗ୍ୟାରେଣ୍ଟି ସିଲ ମାରି ଫୋନ୍ ଗୁଡ଼ିକ ଅସଲି ବୋଲି କହି ଗ୍ରାହକ ମାନଙ୍କୁ ବିକ୍ରି କରୁଥିଲେ ।ସେମାନେ ମହାରାଷ୍ଟ୍ରର ଜୟଲକ୍ଷ୍ମୀ ମୋବାଇଲ ସେଣ୍ଟର ନାମରେ ଏକ ନକଲି ବିଲ କ୍ରେତା ମାନଙ୍କୁ ପ୍ରଦାନ କରୁଥିଲେ ବୋଲି ଜଣା ପଡ଼ିଛି ।ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories