www.samajalive.in
Saturday, December 6, 2025
23.1 C
Bhubaneswar

ପଦ୍ମ ଧରିଲେ କଂଗ୍ରେସର ୮ ବିଧାୟକ, ଆରମ୍ଭ ହେଲା କଂଗ୍ରେସ ଛୋଡୋ ଯାତ୍ରା – ବିଜେପି

ଡେସ୍କ: ଗୋଆରେ ବିଜେପିରେ ମିଶିଲେ କଂଗ୍ରେସର ୮ ବରିଷ୍ଠ ବିଧାୟକ। ସୂଚନା​ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ପଦ୍ମ ଧରିଛନ୍ତି। ଏ ନେଇ ଆଜି ସକାଳେ ବିଧାୟକଙ୍କ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍‌ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା। ସେହିପରି ୯ଟି ଆସନ ଅନ୍ୟାନ୍ୟ ଦଳଙ୍କ ପାଖରେ ରହିଛି। ଏପରି ପରିସ୍ଥିତିରେ କଂଗ୍ରେସର ବିଧାୟକ ମାନେ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ହାତରେ କେବଳ ୩ଟି ଆସନ ରହିଛି।

- Advertisement -

ଅନ୍ୟପକ୍ଷରେ ବିଜେପିର ବିଧାନସଭା ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଦେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସୋ ସେକିରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories